www.samajalive.in
Monday, December 15, 2025
27.1 C
Bhubaneswar

୨୫ଟି ପୌରସଂସ୍ଥାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’, ୱେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ରୂପାୟନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ: ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର : ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ- ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି। ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ (ପ୍ରବାସୀ ଶ୍ରମିକ)ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଯୋଜନାର ସଠିକ୍ ରୂପାୟନ ପାଇଁ ତଥା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସଠିକ ସମୟରେ ତାଙ୍କ ପ୍ରାପ୍ୟ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୱେବ୍ ଆଧାରିତ ଆପ୍ ‘ମୁକ୍ତା ସଫ୍ଟ’ ପ୍ରବର୍ତ୍ତନ କରିଛନ୍ତି। ଏହି ୱେବ୍ ଆଧାରିତ ଆପ୍ ର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ପାଇଲଟ୍/ଆଗୁଆ ପରୀକ୍ଷଣ ଢେଙ୍କାନାଳ ଓ ଜଟଣୀ ପୌରପାଳିକାରେ କରାଯାଇଛି। ପାଇଲଟ୍ ପରୀକ୍ଷଣର ସଫଳତା ଭିତ୍ତିରେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ, ଯାହା ମଧ୍ୟରେ ୫ ଟି ମହାନଗର ନିଗମ, ୧୪ ଟି ପ୍ରମୁଖ ପୌରପାଳିକା ଓ ୬ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ।

‘ମୁକ୍ତା ସଫ୍ଟ୍ ୧.୦’ ର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରୀୟ ମୁକ୍ତା ପି .ଏମ୍ .ୟୁ ତଥା ରାଜ୍ୟବ୍ୟାପୀ ୨୫ ଟି ପୌରସଂସ୍ଥାର ମାଷ୍ଟର୍ ଟ୍ରେନର୍ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ‘ମୁକ୍ତା ସଫ୍ଟ୍ ୧.୦’ ର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀ ମାନଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର୍ ଟ୍ରେନର୍ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଏହି ମାଷ୍ଟର୍ ଟ୍ରେନର୍ ମାନଙ୍କୁ ଅଭିଭାଷଣ ପ୍ରଦାନ କରି, ଏଭଳି ପ୍ରମୁଖ ମଜୁରୀ ଭିତ୍ତିକ ସହରାଞ୍ଚଳ ଜୀବିକା ସୁରକ୍ଷା କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ବୋଲି ସୂଚନା ଦେଇଥିଲେ।

- Advertisement -

ଜନସାଧାରଣଙ୍କ ମତାମତ ଭିତ୍ତିରେ କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି ବୋଲି ସେ କହିଥିଲେ ଏବଂ ସହରାଞ୍ଚଳ ଗରିବ ଶ୍ରମିକ ମାନଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଦିଗରେ ଏହି ୱେବ୍ ଆଧାରିତ ଆପ୍ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ମାଷ୍ଟର୍ ଟ୍ରେନର୍ ମାନଙ୍କୁ ପ୍ରମୁଖ ସମ୍ବଳ ବ୍ୟକ୍ତି ହିସାବରେ ଚୟନ କରାଯାଇଥିବାରୁ ‘ମୁକ୍ତା ସଫ୍ଟ ୧.୦’ ର ସଫଳ ରୂପାୟନ ଦିଗରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମାଥିଭାଥାନନ୍ ମତପ୍ରକାଶ କରିଥିଲେ।
ରାଜ୍ୟର ୨୫ ଟି ପୌର ସଂସ୍ଥାର ୩୦୦ ସମ୍ବଳ ବ୍ୟକ୍ତିଙ୍କୁ ପାଞ୍ଚଟି ବ୍ୟାଚ୍ ରେ ପ୍ରଶିକ୍ଷଣ ଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ସୂଚନା ଦେଇଥିଲେ।

ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବା ମାଷ୍ଟର୍ ଟ୍ରେନର୍ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗାମୀ ୧୩ ତାରିଖ ପର୍ଯ୍ୟଣ୍ଟ୍ ଚାଲିବ ଓ ପରବର୍ତ୍ତୀ ସ୍ତରରେ ୨୫ ଟି ପୌର ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ମାଷ୍ଟର୍ ଟ୍ରେନର୍ ମାନେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories