www.samajalive.in
Monday, December 8, 2025
16.1 C
Bhubaneswar

ବିନୋଦ ପଶାୟତଙ୍କୁ ‘କଲମ ସାରଥୀ’ ସମ୍ମାନ

ସମ୍ବଲପୁର: ବର୍ଷିଆନ କବି, ଲେଖକ, ନାଟ୍ୟକାର ତଥା ଆକଶବାଣୀର ସ୍ବୀକୃତିପ୍ରପ୍ତ ଗୀତିକାର ବିନୋଦ କୁମାର ପଶାୟତଙ୍କୁ ରବିବାର କଲମ ପରିବାର ପକ୍ଷରୁ ତାଙ୍କର ନିରନ୍ତର ସାହିତ୍ୟ ସାଧାନା ପାଇଁ ପ୍ରଥମ ‘କଲମ ସାରଥୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ମାନର ପ୍ରତି ଉତ୍ତରରେ ଶ୍ରୀ ପଶାୟତ ପ୍ରକାଶ କରିଥିଲେ ଯେ, ଆମ କଳା ଓ ସଂସ୍କୃତି ବିଶ୍ବ ପ୍ରସିଦ୍ଧ। ଏହା ଯେଭଳି ପରବର୍ତ୍ତି ପୀଢ଼ିଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ ସହ ସେମାନଙ୍କୁ ବାନ୍ଧି ରଖିବ ଏନେଇ ଏଭଳି କାର୍ୟ୍ୟକ୍ରମ ଆୟୋଜନର ଗୁରୁତ୍ବ ରହିଛି। କଲମ ଅନୁଷ୍ଠାନ ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ଆଜି କଲମ ପରିବାର ଓ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନରେ ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଶାୟତ ଯୋଗ ଦେଇଥିଲେ। ଅତିଥି ଭାବେ ବିଶିଷ୍ଟ ଲେଖକ ମୁକ୍ତକଣ୍ଠ ପ୍ରଧାନ, ଜିଏମୟୁ ଭୀମଭୋଇ ଚେୟାରମେନ ଅଧ୍ୟକ୍ଷ ତଥା କଲମ ପରିବାର ପରାମର୍ଶଦାତା ପ୍ରଦୀପ କୁମାର ପଣ୍ଡା, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ପାଣିଗ୍ରାହୀ ଯୋଗଦେଇ ନୂଆଁଖାଇର ମହତ୍ବ ଓ ପରମ୍ପରା ଉପରେ ମତବ୍ୟକ୍ତ କରିଥିଲେ। କଲମ ପରିବାର ସଂଯୋଜକ କ୍ଷେତ୍ରମଣି ବିଭାର ଅତିଥିଙ୍କୁ ସ୍ବାଗତ କରିବା ସହ ପ୍ରାରମ୍ଭିକ ସୂଚନା ଓ ସଭାକୁ ସଂଯୋଜନା କରିଥିଲେ। ସମ୍ପାଦକ କମଲ ଲୋଚନ ପଣ୍ଡା ପ୍ରାରମ୍ଭରେ ମନ୍ତ୍ରପାଠ କରିବା ସହ ମାନପତ୍ର ପାଠ କରିଥିଲେ। ଆବାହକ ତଫିଜୁଲ ହୋସେନ କଲମ ସାରଥି ସମ୍ମାନ ବାବଦରେ ସୂଚନା ଦେବା ସହ ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ କଲମ ସାହିତ୍ୟ ୱେବସାଇଟ ଲୋକାର୍ପିତ ହୋଇଥିଲା।

- Advertisement -

ଦ୍ବିତୀୟ ପର୍ୟ୍ୟ।ୟରେ କବିତା ଓ ଗୀତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମକୁ ଲଲିତ ମୋହନ ବେବର୍ତ୍ତ। ସଂଯୋଜନା କରିଥିବା ବେଳେ ଗୁଣରଞ୍ଜନ ସାଲିମା, ସ୍ବୟଂ ପ୍ରକାଶ ପଣ୍ଡା, ଗୋବିନ୍ଦ ମହାରଣା, ଶଙ୍କର ବେହେରା, ଶାନ୍ତାନୁ ପାଢ଼ୀ, ନିତାଇ ଚରଣ ସରାଫ, ପ୍ରଦୀପ କୁମାର ଯୋଶୀ, ପ୍ରଦୀପ କୁମାର ମହାରଣା, କାହ୍ନୁକେଶବ ବହିଦାର, ସନତ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ପ୍ରଣତି ମହାପାତ୍ର, ସୁବାସ ଚନ୍ଦ୍ର ଦାଶ, ମମତା ନାଥ, ତପସ୍ବିନୀ ନେପାକ, ବିତିତ୍ରା ବାଗଙ୍କ ସହ ବହୁ କବି ଓ କବୟିତ୍ରୀ ଉପସ୍ଥିତ ରହି କବିତା ପାଠ ଓ ଗୀତ ପରିବେଷଣ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories