ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର : ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କ ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି । ଆଜି ସମ୍ବଲପୁରୀ ପୋଷାକ ପିନ୍ଧିବେ ସମ୍ବଲପୁର ଜିଲାର ସମସ୍ତ ସରକାରୀ କର୍ମଚାରୀ । ଏଥିପାଇଁ ଜିଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲାପାଳ, ଜିଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦେଶ ଦେଇଛନ୍ତି । ଅଗଷ୍ଟ ପହିଲାରେ ଗୁରୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି ।

Comments are closed.