ଟାଉନ ହାଇସ୍କୁଲର ପୁରାତନ ଛାତ୍ର ବୈଠକ
ସମ୍ବଲପୁର : ସମ୍ବଲପୁରର ଅନ୍ୟତମ ପୁରାତନ ନୃସିଂହ ଗୁରୁ ଟାଉନ ହାଇସ୍କୁଲର ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଦୀନବନ୍ଧୁ ପଣ୍ଡା ସ୍ୱାଗତ ଭାଷଣ କରିଥିଲେ। ଦିବଙ୍ଗତ ସଦସ୍ୟ ଭବାନୀ ଶଙ୍କର ପ୍ରଧାନଙ୍କ ବିୟୋଗରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ବିଗତ ଦିନରେ ପୁରାତନ ଛାତ୍ର ସଂଘ ଦ୍ୱାରା କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମ୍ପାଦକ ଶ୍ରୀ ପଣ୍ଡା ବିସ୍ତୃତ ସୁଚନା ପ୍ରଦାନ କରିଥିଲେ। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି, ଏନସିସି ଶାଖାକୁ ପୁନଃ ସ୍ଥାପନ, ନିୟମିତ ଖେଳ ତଥା ବିଜ୍ଞାନ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟର ପଟ୍ଟା ପ୍ରଦାନ, ରକ୍ଷଣାବେକ୍ଷଣ ଆଦି ବିଷୟରେ ଜିଲା ପ୍ରଶାସନ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ବିଦ୍ୟାଳୟର ବାର୍ଷିକ ଉତ୍ସବ ହେଉ ନ ଥିବାରୁ କ୍ଷୋଭ ପ୍ରକାଶ କରାଯାଇ ମୋ ସ୍କୁଲ ଯୋଜନାକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୋ ସ୍କୁଲ ଯୋଜନା ପାଇଁ ବ୍ୟାଙ୍କ ଖାତାରେ ୩୦ ହଜାର ଟଙ୍କା ଜମା କରାଯାଇଥିବାର କୋଷାଧ୍ୟକ୍ଷ ପ୍ରକାଶ କରିଥିଲେ। ଏଥି ସହ ମଧ୍ୟାହ୍ନ ଭୋଜନ ରନ୍ଧନ ଗୃହ ଓ ଖାଇବା ଗୃହକୁ ମରାମତି ପାଇଁ ସ୍ଥିର କରାଯାଇଥିଲା। ବୈଠକରେ ନୂତନ ସଦସ୍ୟ ରୂପେ ସନ୍ତୋଷ ସାହୁ, ପ୍ରକାଶ ନାୟକ, ବିଜୁ ତାଣ୍ଡିଆ, ନିତ୍ୟାନନ୍ଦ ଦେୱାଙ୍ଗନ ଓ କୃଷ୍ଣଚନ୍ଦ୍ର ବାଗଙ୍କୁ ସ୍ୱାଗତ କରାଯାଇଥିଲା। ବୈଠକରେ କୃଷ୍ଣ ଚନ୍ଦ୍ର ପତି, ରାମକୃଷ୍ଣ ନନ୍ଦ, ଅମୂଲ୍ୟ ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ଦିନେଶ କକଡ ଓ ବିବେକ ଗୁରୁ ନିଜସ୍ୱ ମତ ରଖିଥିଲେ। କୋଷାଧ୍ୟକ୍ଷ ବେଦବ୍ୟାସ ସୁପକାର ଆୟବ୍ୟୟର ବିବରଣୀ ପାଠ କରିଥିଲେ। ସହ ସମ୍ପାଦକ ଗୋରେଖ ଲାଲ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.