www.samajalive.in
Sunday, December 7, 2025
14.1 C
Bhubaneswar

ଅବକାରୀ ଚଢ଼ାଉ, ମହିଳା ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗର ସଦର ରେଞ୍ଜ ପକ୍ଷରୁ ଜଣେ ମହିଳାଙ୍କୁ ବିପୁଳ ନିଶାକଫ ସିରଫ ସହିତ ଗିରଫ କରାଯାଇଛି। ବିଭାଗୀୟ ସୂଚନାନୁଯାୟୀ, ସଦର ରେଞ୍ଜର ଅଧିକାରିଣୀ ଅନ୍ନପୁର୍ଣ୍ଣା ରଥ ଓ କର୍ମଚାରୀ ଲପଙ୍ଗା ଅଞ୍ଚଳରେ ପେଟ୍ରୋଲିଂ କରୁଥିବାବେଳେ ବିଶ୍ୱସ୍ତସୂତ୍ରରୁ ବେଆଇନ ଭାବରେ ନିଶାକଫ ସିରଫ ବିକ୍ରିର ଖବର ମିଳିଥିଲା। ଏଣୁ ଠେଲକୋଲେଇ ଥାନା ଅର୍ନ୍ତଗତ ଶ୍ରଦ୍ଧାପାଲି ଗ୍ରାମରେ ଅବକାରୀ ଦଳ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଉକ୍ତ ଗ୍ରାମର ନିବାସୀ ଭୁବନେଶ୍ୱରୀ ବେହେରା (୩୮) ଙ୍କ ନିକଟରୁ ବେଆଇନ ଭାବରେ ରଖାଯାଇଥିବା ୧୧୦ଟି ନିଶାକଫ ସିରଫ ଜବତ କରାଯାଇଥିଲା। ଏଣୁ ଏକ ମାମଲା ଅବକାରୀ ବିଭାଗ ତରଫରୁ ରୁଜୁ କରାଯାଇ ମହିଳାଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories