www.samajalive.in
Monday, December 8, 2025
16.1 C
Bhubaneswar

ସମ୍ବଲପୁରକୁ ଲମ୍ବିଛି ନକଲି ଔଷଧର ଚେର ! ବିଭାଗର ତଦନ୍ତ ଜାରି

ସମ୍ବଲପୁର  : କରୋନାର କରାଳ ପ୍ରକୋପ ଜାରି ରହିଥିବା ବେଳେ ଗତ ବର୍ଷ ଜୁନ ମାସରେ ସାରା ରାଜ୍ୟରେ ନକଲି କରୋନା ଓ ଜୀବନ ରକ୍ଷାକାରୀ ଔଷଧ ଧରା ପଡିବା ପରେ ଏକ ବର୍ଷର ବ୍ୟବଧାନ ପରେ ପୁର୍ନବାର ନକଲି ଔଷଧ କଳାବଜାରୀ ମାନେ ବଜାରରେ ସକ୍ରିୟ ହୋଇଥିବାର ଖବର ସମ୍ମୁଖକୁ ଆସିଛି । ଏହି କ୍ରମରେ ରାଜ୍ୟ ସରକାରଙ୍କ ଡ୍ରଗ ନିୟନ୍ତ୍ରକଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାନୁଯାୟୀ, ଏବେ ସାରା ରାଜ୍ୟରେ ନକଲି ଔଷଧ ଉପରେ ବ୍ୟାପକ ଚଢ଼ଉ ଅଭିଯାନ ଆରମ୍ଭ କରାଯାଇଛି । ଡ୍ରଗ ବିଭାଗକୁ ମିଳିଥିବା ସୂଚନାନୁଯାୟୀ, ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗର ନିୟନ୍ତ୍ରଣ ପାଇଁ ଖ୍ୟାତନାମା କମ୍ପାନୀ ଗ୍ଲେନମାର୍କ କମ୍ପାନୀର ଔଷଧ (ଟେଲମା – ୪୦) ର ନକଲି ଔଷଧ ବଜାରକୁ ଆସିଛି । ଏଣୁ ତୁରନ୍ତ ବିଭାଗ ପକ୍ଷରୁ ସକ୍ରିୟ ହୋଇ ସାରା ରାଜ୍ୟର ବିଭିନ୍ନ ଜିଲାରେ ଚଢ଼ଉ କରାଯାଉଥିବା କ୍ରମରେ ସମ୍ବଲପୁର ଠାରେ ମଧ୍ୟ ଗୁରୁବାର ଅପରାହ୍ନରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି ।

ଏହି କମ୍ପାନୀର ଔଷଧ ବିକ୍ରି କରୁଥିବା ହୋଲସେଲ ଦୁର୍ଗା ମେଡିକାଲ ଏଜେନ୍ସି ରେ ଚଢ଼ଉ ସମୟରେ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଥିବା ବ୍ୟାଚ ନମ୍ବରର ୮୦ଟି ଷ୍ଟିପ (୮୦୦ଟି ବଟିକା) ବିଗତ କିଛି ଦିନ ମଧ୍ୟରେ ଅର୍ଡର କରି ଅଣା ଯାଇଛି । ଉକ୍ତ ଔଷଧ ଗୁଡିକୁ ହୋଲସେଲ ଏଜେନ୍ସି ରିଟେଲ ବଜାରରେ ବିକ୍ରି ନିମନ୍ତେ ସମ୍ବଲପୁର ବୁଢ଼ାରଜା ସ୍ଥିତ ପ୍ଲାନେଟ ମେଡିକାଲ ହଲ ଏବଂ କୁଚିଣ୍ଡାର ନ୍ୟୁଭାରତ ମେଡିକାଲ ଷ୍ଟୋରକୁ ବିକ୍ରି ପାଇଁ ଦିଆଯାଇଥିବାର ଯାଞ୍ଚ ସମୟରେ ଜଣାପଡିଛି । ବିକ୍ରି ପାଇଁ ଦିଆଯାଇଥିବା ୮୦ଟି ଷ୍ଟ୍ରିପ ମଧ୍ୟରୁ ୩୮ଟି ଷ୍ଟ୍ରିପ ବିକ୍ରି ହୋଇ ଯାଇଥିବା ବେଳେ ୪୨ଟି ଷ୍ଟ୍ରିପ ଔଷଧ ବିକ୍ରି ପାଇଁ ରହିଛି । ଏଣୁ ତୁରନ୍ତ ବିଭାଗୀୟ ନିର୍ଦ୍ଦେଶାନୁଯାୟୀ ବିକ୍ରି ପାଇଁ ରହିଥିବା ୪୨ଟି ଷ୍ଟ୍ରିପ ଔଷଧ ଗୁଡିକୁ ଫେରାଇ ଆଣିବା ପାଇଁ ହୋଲସେଲ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ଇତି ମଧ୍ୟରେ ୧୦ଟି ଷ୍ଟ୍ରିପ ଔଷଧ ବିଭାଗ ନିକଟକୁ ପହୁଞ୍ôଚ ସାରିଥିବା ବେଳେ ବିଭାଗୀୟ ଯାଞ୍ଚ ସମୟରେ ଉକ୍ତ ବ୍ୟାଚରେ ଆସିଥିବା ଔଷଧ ଗୁଡିକର ପ୍ୟାକିଂ ବାକ୍ସରେ ଥିବା କ୍ୱୁ୍ୟ – ଆର କୋଡକୁ ସ୍କାନ କଲେ ଉକ୍ତ କମ୍ପାନୀର ନାମ ବାହାରୁଛି । କିନ୍ତୁ ବାକ୍ସ ମଧ୍ୟରେ ରହିଥିବା ଔଷଧ ଷ୍ଟ୍ରିପ ଗୁଡିକୁ ସ୍କାନ କରିଲେ କୌଣସି ଏକ କପଡା ଦୋକାନର ନାମ ବାହାରୁଛି । ଏଣୁ ଉକ୍ତ ଔଷଧ ଗୁଡିକ ନକଲି ହୋଇଥିବାର ସନ୍ଦେହ କରି ସମସ୍ତ ଔଷଧ ଗୁଡିକୁ ହେପାଜତରେ ନିଆଯାଇ ଯାଞ୍ଚ ପାଇଁ ପଠାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

- Advertisement -

ଏ ସର୍ମ୍ପକରେ ସମ୍ବଲପୁର ଜିଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଏସୋସିଏସନର ସଭାପତି ପ୍ରଶାନ୍ତ ରଥ ଙ୍କ ଅନୁଯାୟୀ, ଏକ ଖ୍ୟାତନାମା କମ୍ପାନୀର ନକଲି ଔଷଧ ବଜାରକୁ ଆସିଥିବାର ଖବର ଆମକୁ ମିଳିଛି । ଏଣୁ ତୁରନ୍ତ ଜିଲାରେ ଥିବା ସମସ୍ତ ଔଷଧ ଦୋକାନୀ ମାନଙ୍କୁ ଉକ୍ତ କମ୍ପାନୀର ସେହି ଔଷଧକୁ ତୁରନ୍ତ ବିକ୍ରି ନିଷେଧ ସହିତ ସେଗୁଡିକୁ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ଅଲଗା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଜନତା ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଡ୍ରଗ ବିଭାଗକୁ ସମସ୍ତ ପ୍ରକାରର ସହାୟତା ଏସୋସିଏସନ କରିବ ବୋଲି ସଭାପତି ଶ୍ରୀ ରଥ କହିଛନ୍ତି ।

ସୁଚନାଯୋଗ୍ୟ ଯେ, ବିଗତ ବର୍ଷ ଜୁନ ମାସରେ ସାରା ରାଜ୍ୟ ସମେତ ସମ୍ବଲପୁର ଠାରେ ମଧ୍ୟ କ୍ରମାଗତ ନକଲି ଔଷଧ ଜବତ ହେବା ପରେ ଭୟରେ ଅସାଧୁ ବ୍ୟବସାୟୀ ମାନେ ନକଲି ଔଷଧ ଏଣେ ତେଣେ ଫିଙ୍ଗି ଦେଇଥିବାର ମଧ୍ୟ ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ନକଲି ଔଷଧ ନିର୍ମାଣକାରୀ ସଂସ୍ଥା ବିରୋଧରେ ଡ୍ରଗ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories