ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଚାରିଦିନିଆ ଭାରତ ଗସ୍ତ

0

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ଭାରତରେ ପହଞ୍ଚୁଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ, ରାଜନୈତିକ ଆଦି ଅନେକ କ୍ଷେତ୍ରରେ ସଂପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେ ଏହି ଗସ୍ତରେ ଆସୁଥିବା ଜଣାପଡ଼ିଛି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ମାକ୍ରନ୍‌ ବିଶ୍ୱ ସୌର ଶକ୍ତି ମେଣ୍ଟର ପ୍ରଥମ ସମ୍ମିଳନୀରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ଏହି ଗସ୍ତ ଅବସରରେ ଭାରତ ଓ ଫ୍ରାନ୍ସର ସିଇଓ ଫୋରମ ବୈଠକ ଅନୁଷ୍ଠିତ ହେବ। ଉଭୟ ଦେଶ ମଧ୍ୟରେ ଦୁଇପାକ୍ଷିୟ ବାଣିଜ୍ୟ କାରବାର ୨୦୧୬-୧୭ ଆର୍ଥିକ ବର୍ଷରେ ପ୍ରାୟ ୧୧ ବିଲିୟନ୍‌ ଡଲାରରେ ପହଞ୍ଚିଥିଲା। ଭାରତରେ ପୁଞ୍ଜି ନିବେଶ କରିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଫ୍ରାନ୍ସର ସ୍ଥାନ ନବମରେ ରହିଛି। ଭାରତରେ ଏପ୍ରିଲ୍‌ ୨୦୦୦ଠାରୁ ଅକ୍ଟୋବର ୨୦୧୭ ମଧ୍ୟରେ ଫ୍ରାନ୍ସ ୬.୦୯ ବିଲିୟନ୍‌ ଡଲାର ପୁଞ୍ଜି ନିବେଶ କରିଛି।

Leave A Reply