Patra electronics

‘ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା ଆସିନାହିଁ’

ଉତ୍କଳ ବିଶ୍ବବିଦ୍ୟାଳୟରେ ସୂଚନା ଅଧିକାର ଦିବସ ପାଳିତ

ଭୁବନେଶ୍ୱର: ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ୧୮ ବର୍ଷ ବିତିଲା ଏବଂ ଏହା ୧୯ ବର୍ଷରେ ପାଦ ଥାପିଲା। ସୂଚନା ଅଧିକାର ଆଇନ ଏବେ ଯୁବକ, କିନ୍ତୁ ତାହାର କାର୍ଯ୍ୟକାରିତାରେ ପରିପକ୍ବତା ଆସିନାହିଁ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବିଶେଷ କରି ଯୁବକମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ସଶକ୍ତ କରିବ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଅଧିକାରର ପ୍ରୟୋଗ ବିଷୟରେ ସଚେତନ ସହ ଏହାର ସଠିକ ବ୍ୟବହାର ଉପରେ ତାଲିମ ଦିଆଯିବା ଆବଶ୍ୟକତା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ଏବଂ ଲୋକ ପ୍ରଶାସନ ବିଭାଗ ଏବଂ ସାମାଜିକ ଅନୁଷ୍ଠାନ ‘ଆରଟିଆଇ କ୍ଲିନିକ୍’ ପକ୍ଷରୁ ବାଣୀବିହାର ପିଜି କାଉନସିଲ ହଲରେ ‘ସୂଚନା ଅଧିକାର ଦିବସ’ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ କହିଛନ୍ତି ଯେ ସାରା ଦେଶରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଏକ ବିଜ୍ଞ ନାଗରିକତା ସୃଷ୍ଟି ସହିତ ଦୁର୍ନୀତି ନିରାକରଣ ଏବଂ ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏ ଦିଗରେ ଆରଟିଆଇ କର୍ମୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ କାର୍ଯ୍ୟ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।
ପୂର୍ବତନ ରାଜ୍ୟ ସୂଚନା ଆୟୁକ୍ତ ଦୀଲିପ ବିଶୋଈ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ସୂଚନା ଅଧିକାର ଆଇନ ବଳରେ ଜଣେ ସାଧାରଣ ନାଗରିକ ସରକାରଙ୍କୁ ପ୍ରଶ୍ନ ପଚାରିବା ଅଧିକାର ପାଇଛି। ଯଦି ଆମେ ଏହାକୁ ଅଧିକ ପରିମାଣରେ ବ୍ୟବହାର ନକରିବା ତାହେଲେ ସ୍ୱଚ୍ଛତା ଓ ଦୁର୍ନୀତି ନିବାରଣ ଆଇନ ଦିଶାହୀନ ହୋଇଯିବ। ନାଗରିକଙ୍କ ଦ୍ୱାରା ଏହାର ଅଧିକ ବ୍ୟବହାର ହିଁ ଦୁର୍ନୀତିକୁ ପ୍ରକାଶ କରୁଥିବା ସୂଚନା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ହ୍ରାସ କରିବ। ତେବେ ତୃଣମୂଳ ସ୍ତରରେ ଆଇନର ବ୍ୟବହାର କରାଯିବା ଉଚିତ ବୋଲି ପ୍ରକାଶ କରିଛନ୍ତି।
ଗୃହ ବିଭାଗର ପୂର୍ବତନ ଅତିରିକ୍ତ ସଚିବ ତଥା ଓକିଲ ଶ୍ରୀଭୂଷଣ ଶୁକ୍ଲା କହିଥିଲେ ଯେ ସରକାର ନିଜ କାର୍ୟ୍ୟକୁ ଏତେ ସ୍ୱଚ୍ଛ କରିବା ଉଚିତ ଯେ, ସୂଚନା ଆବେଦନ କରିବାର ଆବଶ୍ୟକତା ପଡିବ ନାହିଁ। ସୂଚନ ଅଧିକାର ନିୟମ ସରକାରଙ୍କୁ ସକ୍ରିୟ ଭାବରେ ସୂଚନା ଉପଲବ୍ଧ କରାଇବାକୁ ବାଧ୍ୟ କରିଥାଏ। ମାତ୍ର ସରକାରୀ କାର୍ୟ୍ୟାଳୟରେ ତାହା ଦେଖିବାକୁ ମିଳୁନି।
କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ବାର୍ଷିକ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ପ୍ରତିବର୍ଷ ଦାଖଲ ହୋଇଥିବା ଆବେଦନ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇବା ସହ ସୂଚନା ଆୟୋଗଙ୍କ ଠାରେ ଶୁଣାଣି ପାଇଁ ଅନେକ ଦ୍ୱିତୀୟ ଅପିଲ ସଂଖ୍ୟାର ମଧ୍ୟ ବୃଦ୍ଧି ପାଉଛି। ଏଦିଗରେ ସରକାର ଦୃଷ୍ଟି ଦେବା ଉଚିତ। ନହେଲେ ଲୋକେ ଏହି ଆଇନରୁ ମୁହଁ ଫେରାଇବେ।
ଆଦର ହାଉସିଂ ଦୁର୍ନୀତିର ପର୍ଦାଫାଶ ହେବା ସମେତ ସୂଚନା ଅଧିକାର ନିୟମର ଅନେକ ସଫଳ କାହାଣୀକୁ ଉଲ୍ଲେଖ କରି, ସୂଚନ ଅଧିକାର କର୍ମୀ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ଅକ୍ଟୋବର ୧୨, ୨୦୦୫ରେ
ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ତଥା ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜକ ଡ. ପ୍ରତିମା ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଡ.ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ଆରଟିଆଇ କ୍ଲିନିକର ଆବାହକ ମନୋରଞ୍ଜନ ପଣ୍ଡା ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ସୂଚନା ଅଧିକାରରେ କେମିତି ପ୍ରଶ୍ନ ତିଆରି କରାଯାଏ ଏବଂ ତାହାକୁ କିପରି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଏ ସେନେଇ ଶ୍ରୀ ପଣ୍ଡା ପ୍ରଶିକ୍ଷଣ ଦେଇଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, କିଟ ବିଶ୍ବବିଦ୍ୟାଳୟ ଅମିତ କଲେଜ, ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡିଜ(ଆଇଏମଏସ), ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Comments are closed.