୩ମିନିଟରେ ବିକ୍ରିହେଲା ୨୫୦ ରୟାଲ ଏନଫିଲ୍ଡ

0

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ବିଶ୍ୱର ଏକ ପୂରୁଣା ମୋଟରସାଇକେଲ କମ୍ପାନୀ। ନିଜର ଆକର୍ଷଣୀୟ ରୂପ ଓ ସୁବିଧା ଦ୍ୱାରା ସବୁସମୟରେ ଗ୍ରାହକଙ୍କୁ ଯୋଡି ରଖିବାରେ ସଫଳ ହୋଇଛି। ନିକଟରେ ଭାରତ ବଜାରରେ କ୍ଲାସିକ ୫୦୦ ପେଗାସସ୍‍କୁ ୨.୪୯ ଲକ୍ଷ ଟଙ୍କାରେ ମହାରାଷ୍ଟ୍ର ଏକ୍ସ ସୋରୁମରେ ବଜାର ପ୍ରବେଶ କରାଇଥିଲେ।। ଭାରତରେ ୨୫୦ ୟୁନିଟ ବିକ୍ରି କରିବାକୁ ଦିଆଯାଇଥିଲା। ଜୁଲାଇ ୨୫ ତାରିଖରେ ୧୭୮ ସେକେଣ୍ଡରେ ସମସ୍ତ ୟୁନିଟର ବିକ୍ରୟ ହୋଇଯାଇଛି ବୋଲି କମ୍ପାନୀ କହିଛି।
ସୂଚନାଯୋଗ୍ୟ ଯେ ପ୍ରଥମେ କମ୍ପାନୀ ଜୁଲାଇ ୧୦ ତାରିଖରେ ବଜାର ପ୍ରବେଶ କରାଇବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କମ୍ପାନୀର ୱେବସାଇଟ ଖରାପ ହୋଇଯିବା ପରେ ଏହାର ତାରିଖ ପରିବର୍ତ୍ତନ କରିଥିଲା। ଜୁଲାଇ ୨୫ ତାରିଖ ଅପରାହ୍ନ ୪ଟା ସମୟରେ ଏହାର ବୁକିଙ୍ଗ ଆରମ୍ଭ ହୋଇଥିଲା। ମାତ୍ର ୩ମିନିଟ ମଧ୍ୟରେ ସମସ୍ତ ୨୫୦ ୟୁନିଟ ବିକ୍ରି ହୋଇଯାଇଥିଲା। କିଣିଥିବା ସମସ୍ତ ଗ୍ରାହକ ମାନଙ୍କୁ କମ୍ପାନୀ ତରଫରୁ ସେନା ଯବାନଙ୍କ ଭଳି ଟି-ସାର୍ଟ ଓ ଏକ ହେଲମେଟ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ମୋଟରସାଇକେଲ ବାଦାମୀ ଏବଂ ସବୁଜ ରଙ୍ଗର ଉପଲବ୍ଧ ହେଉଛି। ତେବେ ଭାରତରେ କେବଳ ବାଦାମୀ ରଙ୍ଗର ମୋଟର ସାଇକେଲ ହିଁ ବଜାରରେ ଉପଲବ୍ଧ ହେଉଛି। ଏହି ମୋଟର ସାଇକେଲରେ ୪୯୯ସିସି ଏୟାର କୁଲ୍ଡ ଇଞ୍ଜିନ ରହିଛି। ସମଗ୍ର ବିଶ୍ୱ ବଜାର ପାଇଁ ୧୦୦୦ୟୁନିଟ ବାଇକ ନିର୍ମାଣ କରାଯାଇଥିଲା।

Leave A Reply