www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଫୁଲର ରାଜା

ଫୁଲ ଭିତରେ ରାଜା ଗୋଲାପ ବୋଲି ଆମେ ସଭିଏଁ ଜାଣୁ। ଏହା ସମସ୍ତଙ୍କର ମନକୁ କିଣିଥାଏ। ଏହାକୁ ପ୍ରେମର ପ୍ରତୀକ କହୁଥିବା ବେଳେ ଏହା ସଭିଁଙ୍କୁ ବେଶ ପସନ୍ଦ। ଏହାର ସୁନ୍ଦରତା , ସୁଗନ୍ଧ ପାଇଁ କେବଳ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଆବଶ୍ୟକ। ଗୋଲାପରୁ ପ୍ରସ୍ତୁତ ଗୋଲାପ ଜଳ କେଶ, ତ୍ୱଚା ଓ ଆଖି ପାଇଁ ବେଶ ଉପକାରୀ। ଜାଣନ୍ତୁ ଏହାକୁ କିପରି ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ….
୧୦ ରୁ ୧୫ଟି ଗୋଲାପର ପାଖୁଡ଼ା ପାଣିରେ ଫୁଟାନ୍ତୁ। ପାଣିର ରଙ୍ଗ ଗୋଲାପି ରଙ୍ଗ ହୋଇଗଲେ ଏଥିରେ ଗୋଟିଏ ଚାମଚ ମହୁ ଏବଂ ଅଳ୍ପ ଡ଼ାଲଚିନି ପକାଇ ନିୟମିତ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ଆପଣଙ୍କୁ କମ କାମ କରି ମଧ୍ୟ ଥକ୍କା ଅନୁଭବ ହେଉଥିଲେ ୧୦ ରୁ ୧୫ ଟି ଗୋଲାପର ପାଖୁଡ଼ାକୁ ବାଟି ଏଥିରେ ଚନ୍ଦନ ମିଶାଇ ଶରୀରରେ ଭଲ ଭାବେ ମାଲିସ କରନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।
ମୁହଁର କଳା ଦାଗ ଦୂର କରିବାକୁ ରାତିରେ ପାଣିରେ କିଛି ମେଥି ପକାଇ ଭିଜାନ୍ତୁ। ଏବେ ଏହି ମେଥିରେ ଗୋଲାପ ପାଣି ପକାଇ ବାଟି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ନିଜେ ଏହାର ଉପକାରିତା ଅନୁଭବ କରିପାରିବେ।
ଖରା ଦିନେ ଗରମ ହେବା, ଏସିଡ଼ିଟି, ପେଟ ଜନିତ ସମସ୍ୟା ଅଧିକ ହୋଇଥାଏ। ଗୋଲାପର ସର୍ବତ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୋଲାପ ଜଳରେ ଚନ୍ଦନ ମିଶାଇ ଶରୀରରେ ଲଗାଇଲେ ବହୁ ଉପକାର ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories