www.samajalive.in
Monday, December 15, 2025
24.1 C
Bhubaneswar

ରକ୍ଷଣାବେକ୍ଷଣା ଅପେକ୍ଷାରେ ଗୋପାଳପୁର -ମନସୁରକୋଟା ରାସ୍ତା

ଗୋପାଳପୁର: ସରକାର ଗମନାଗମନର ସୁବିଧା ଲାଗି ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ହେଲେ ଅନେକ ସ୍ଥାନରେ ଏହାର ବାଟମାରଣା କରାଯାଉଛି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୋପାଳପୁରରେ । ସୂଚନା ମୂତାବକ ଓଡିଶା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଆଲ୍ଲିପୁର ଛକଠାରୁ ଗୋପାଳପୁର -ମନସୁରକୋଟା ପର୍ଯ୍ୟନ୍ତ ଦୀର୍ଘ ୫ କିମିର ରାସ୍ତା ନିର୍ମାଣ କରାଯାଇଥିଲା।

ନିର୍ମାଣ ହେବାର ୫ବର୍ଷ ମଧ୍ୟରେ ରାସ୍ତାର ରକ୍ଷଣାବେକ୍ଷଣା ଲାଗି ନିର୍ଦ୍ଧେଶ ରହିଥିଲା।  ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏମିତିକି ରାସ୍ତା ନିର୍ମାଣ ହେବାର ଦୁଇ ବର୍ଷ ନପୁରୁଣୁ ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିଲା। ଏ ନେଇ ବାରମ୍ବାର ଗ୍ରାମବାସୀମାନେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ। ତେଣୁ  ବିଭାଗୀୟ ଅଧିକାରୀମାନେ କଣ ପାଇଁ ରାସ୍ତାର ରକ୍ଷଣାବେକ୍ଷଣ କରୁନାହାନ୍ତି , ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories