ଆରଜେଡିର ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ଓ ରୋଜଗାର ପ୍ରତିଶ୍ରୁତି
ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୋମବାର ନିଜ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଦଳୀୟ ନିର୍ବାଚନୀ ଇସ୍ତାହାରରେ ସଂରକ୍ଷଣ ଏବଂ ରୋଜଗାରକୁ ପ୍ରମୁଖ ସ୍ଥାନ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଆରଜେଡି କ୍ଷମତାକୁ ଆସିଲେ ଦଳିତ, ପଛୁଆ ବର୍ଗ, ଅତି ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତିଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦିଆଯିବ। ଏହାସହ ମଣ୍ଡଳ କମିଶନର ବାକିଥିବା ସୁପାରିଶଗୁଡ଼ିକୁ ଲାଗୁ କରାଯିବ। ବିହାରୀଙ୍କୁ ଯେପରି ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ, ତା’ର ବ୍ୟବସ୍ଥା କରାଯିବ।
ବିହାରର ରାଜଧାନୀ ପାଟନାରେ ଆରଜେଡି ନେତା ତେଜସ୍ୱୀ ଯାଦବ ସୋମବାର ଏହି ନିର୍ବାଚନୀ ଇସ୍ତାହାରକୁ ଉନ୍ମୋଚନ କରିଥିଲେ। ତେଜସ୍ୱୀ କହିଥିଲେ ଯେ ଆରଜେଡି ଗରିବ ଏବଂ ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ଘରୋଇ କ୍ଷେତ୍ରରେ ସଂରକ୍ଷଣ ଦିଆଯିବ। କଂଗ୍ରେସର ନ୍ୟାୟ ଯୋଜନାକୁ ନିଜ ସମର୍ଥନ ଜଣାଇଥିଲେ।
Comments are closed.