୨୭ରେ ସମ୍ବର୍ଦ୍ଧିିତ ହେବେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ
କେନ୍ଦୁଝରଗଡ : ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଜଣାଇ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ ସହଯୋଗରେ ଆସନ୍ତା ୨୭ ତାରିଖ ଜିଲାର ଶତାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ସମ୍ବର୍ଦ୍ଧିିତ କରାଯିବ। ଶିକ୍ଷକ ଭବନ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ବିବରଣୀ ପ୍ରଦାନ କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ହାଇସ୍କୁଲରୁ ଅବସରଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ସହର ଉପକଣ୍ଠ ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହି କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ ସମ୍ପର୍ଣ୍ଣ କରାଯିବ ସେଥି ନିମନ୍ତେ ଜିଲାର ସମସ୍ତ ୧୩ଟି ବ୍ଲକ ପାଇଁ ସଂଯୋଜକ ନିଯୁକ୍ତ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିିତ ହେବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ତାଲିକା ପ୍ରଦାନ କରାଯାଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା ସଂଯୋଜକ ମାନେ ସମ୍ବର୍ଦ୍ଧିିତ ହେବାକୁଥିବା ବ୍ୟକ୍ତିଙ୍କ ସବିଶେଷ ସୂଚନା ସହ ରଙ୍ଗୀନ ଫଟୋ ଜିଲା ସଂଯୋଜକ କ୍ଷୀରୋଦ କୁମାର ରାଉତଙ୍କ ନିକଟରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ସଂଯୋଜକ ଭାବେ ତେଲକୋଇ ବ୍ଲକ ପାଇଁ ବାବୁଲାଲ ପ୍ରଧାନ, ସାହାରପଡା ପାଇଁ ନଳିନୀଚନ୍ଦ୍ର ଘଣା, ଯୋଡା ପାଇଁ ପ୍ରଶାନ୍ତ କୁମାର ମିଶ୍ର, ସଦର ପାଇଁ ଦିଗାମ୍ବର ଗିରି, ହାଟଡିହି ପିତାମ୍ବର ପାତ୍ର, ଝୁମ୍ପୁରା ଜୟଚନ୍ଦ୍ର ମହାନ୍ତ, ଚମ୍ପୁଆ କାଶୀନାଥ ମହାନ୍ତ, ଘଟଗାଁ ବଳରାମ ରାଉତ, ଘସିପୁରା ନିଳମଣୀ ପଟ୍ଟନାୟକ, ଆନନ୍ଦପୁର ଶାନ୍ତନୁ କୁମାର ମିଶ୍ର, ହରିଚନ୍ଦନପୁର ରବିନାରାୟଣ ସାହୁ, ପାଟଣା ସୁଧାକର ପଣ୍ଡା, ବାଂଶପାଳ ମନ୍ମଥ ମହାନ୍ତଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରସନ୍ନ କୁମାର ରଥ, ମଦନମୋହନ ଦ୍ୱିବେଦୀ, ସ୍ୱପ୍ନେଶ୍ୱର ସାହୁ, ଇଂ ବସ୍ତ କୁମାର ଦାନୀ, ଇଂ ହରମୋହନ ପଟ୍ଟନାୟକ, ରାହାସ ବିହାରୀ ରାଉତ, ଗୋପୀନାଥ ସାହୁ, ବାଙ୍କବିହାରୀ ମହାନ୍ତ, ଭିକାରୀ ଚରଣ ସାହୁ, ଭାଗିରଥୀ ଗିରି ଓ ଗୌରହରି ଗିରି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ କିଭଳି ଅଧିକ ସରସସୁନ୍ଦର କରାଯାଇ ପାରିବ ସେ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ପାଇପଲାଇନ ଯୋଗେ ପାନୀୟଜଳ ଯୋଗାଣ ପାଇଁ ପାଇପ ବିଛା କାର୍ଯ୍ୟ ଆଗେଇ ପାରୁନଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପାଇପ ବିଛା ଠିକାଦାର ସଂସ୍ଥା ଉପସ୍ଥିତିରେ ପୁଲିସ ସହାୟତାରେ ପଳାଶପଙ୍ଗା ବଜାରରେ ଜବରଦଖଲ ଉଛେଦ କାର୍ଯ୍ୟ ଜାରି ରହିଛି।
Comments are closed.