www.samajalive.in
Sunday, December 7, 2025
18.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପରେଡ୍‌: ଅଂଶଗ୍ରହଣ କରିବେ ୧୮ଟି ସଶସ୍ତ୍ର ବାହିନୀ, ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୧ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଞ୍ଜିବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରେଡ୍‌, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ, ଫାଷ୍ଟଏଡ୍‌ ଏବଂ ଆମ୍ବୁଲାନ୍‌ସ ସେବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଚଳିତ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଚଳିତ ସାଧାରଣତନ୍ତ୍ର ଦିବସରେ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ମୋଟ ୧୮ଟି ସଶସ୍ତ୍ର ବାହିନୀ ପରେଡ୍‌ରେ ଅଂଶଗ୍ରହଣ କରିବେ। ବେସାମରିକ ବାହିନୀ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପ୍ୟାରେଡ୍‌ରେ ସାମିଲ କରାଯିବ ନାହିଁ। ଜିଇଡି ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ସହ ପୂର୍ତ୍ତ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ, ବିଧାନସଭା କୋଠା, ଜୟଦେବ ଭବନ ଏବଂ କମିଶନରେଟ୍‌ ପୁଲିସ ଭବନକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସଚିବାଳୟ ମାର୍ଗସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟ, ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ, ପି.ଏମ୍‌.ଜି., ଇଡ୍‌କୋ, ବି.ଡି.ଏ., ଓ.ଏମ୍‌.ସି. ଏବଂ ଇପିକଲ ଆଦି କୋଠା ରଙ୍ଗିନ୍‌ ଆଲୋକରେ ସଜାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।


ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ବ୍ୟବସ୍ଥା, ପ୍ୟାରେଡ୍‌ ସ୍ଥଳର ସାଜସଜ୍ଜା ଏବଂ ପ୍ରସାରଣ ବ୍ୟବସ୍ଥା ତୁଲାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସାନିଟାଇଜେସନ ଏବଂ ପିଇବା ପାଣି ବ୍ୟବସ୍ଥା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଦାୟିତ୍ୱ ଦିଆଯାଇଛି। କ୍ୟାପିଟାଲ ହସ୍‌ପିଟାଲର ନିର୍ଦ୍ଦେଶକ ଫାଷ୍ଟଏଡ୍‌ ସୁବିଧା ଥାଇ ଆମ୍ବୁଲାନ୍‌ସ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍‌ କଟକଣା ହେତୁ କମନ୍‌ ଫିଡ୍‌ ଜରିଆରେ ଏହି ରାଜ୍ୟସ୍ତରୀୟ ଉତ୍ସବର ସିଧାପ୍ରସାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବ୍ୟବସ୍ଥା
କରାଯିବ।
ତେବେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଅତିଥି, କୋଭିଡ୍‌ ଯୋଦ୍ଧା, ଆଗଧାଡ଼ିର କୋଭିଡ୍‌ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯିବ। ଜନସାଧାରଣ ଏହି ରାଜ୍ୟସ୍ତରୀୟ ଉତ୍ସବର ସିଧାପ୍ରସାରଣ ଟେଲିଭିଜନ୍‌ ମାଧ୍ୟମରେ ଦେଖିପାରିବେ। କୋଭିଡ୍‌ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଲୋକନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଜ୍ଞାପନ ମେଢ଼ ଆଦିକୁ ସ୍ଥଗିତ ରଖିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ, ଡିଜି ଫାୟାର ସର୍ଭିସ୍‌ ସତ୍ୟଜିତ ମହାନ୍ତି, ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ସୂଚନା ଓ ଲୋକସଂପର୍କ ବିଭାଗର
ନିର୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories