www.samajalive.in
Monday, December 15, 2025
26.1 C
Bhubaneswar

ଆରପାରିରେ ପୁରୀ ଗଜପତିଙ୍କ ସାନମାଇଁ ରେଣୁକା ଦେବୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ରାଜ ପରିବାରର ସାନକୁମାର କିରଣେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଣୀ ରେଣୁକା ଦେବୀଙ୍କର ପରଲୋକ ଘଟିଛି । ଉଚ୍ଚରକ୍ତଚାପ ତଥା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ସେ କିଛିଦିନ ପୂର୍ବରୁ ପ୍ରଥମେ ବାଲେଶ୍ୱର ଓ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନମାଇଁ ତଥା ନୀଳଗିରିର ତତ୍କାଳୀନ ଶାସକ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ସାନବୋହୁ ଥିଲେ । ତାଙ୍କର ଅକାଳ ବିୟୋଗ ଖବରପାଇ ପୁତୁରା ତଥା ନୀଳଗିରି ରାଜାସାହେବ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀ, ଛୋଟରାୟ ଜଗଦ୍ଦୀଶ ମର୍ଦ୍ଦରାଜ, ଛୋଟରାଣୀ ଜ୍ୟୋତ୍ସ୍ନାଦେବୀ ମର୍ଦ୍ଦରାଜ, ଯୁବରାଜ ଜନ୍ମେଜୟ ମର୍ଦ୍ଦରାଜ, ଯୁବରାଣୀ ହର୍ଷିତା ସିଂ, ସାହେବ ମର୍ଦ୍ଦରାଜ, ଗୌତମ ମର୍ଦ୍ଦରାଜ, ସନ୍ଦୀପ ମର୍ଦ୍ଦରାଜ, ବଡ଼ପୁଅ ପ୍ରକାଶ, ସାନପୁଅ ବିକାଶ, ସ୍ୱାମୀ କିରଣେନ୍ଦ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିଭଳି ମାଇଁଙ୍କ ମୃତ୍ୟୁରେ ପୁରୀ ଗଜପତି ମଧ୍ୟ ଗଭୀର ଶୋକ କରିଛନ୍ତି । ମଙ୍ଗଳବାର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ସାନପୁଅ ମୁଖାଗ୍ନି ଦେଇଛନ୍ତି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories