www.samajalive.in
Monday, December 15, 2025
26.1 C
Bhubaneswar

ତେଜସ୍ୱୀ ଯାଦବଙ୍କୁ ୮ଘଣ୍ଟା ଜେରା କଲା ଇଡି, ଜାଣନ୍ତୁ ୬୫ଟି ପ୍ରଶ୍ନର କିପରି ଦେଲେ ଉତ୍ତର

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୮ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଟିମ୍‍ ପାଟନାରେ ୮ଘଣ୍ଟା ଧରି ୬୫ଟି ପ୍ରଶ୍ନ ପଚାରିବା ପରେ ତେଜସ୍ୱୀ ଯାଦବ ବାହାରକୁ ଆସିଥିଲେ । ତେଜସ୍ୱୀ ଇଡ଼ି ଜେରାର ସମ୍ମୁଖୀନ ହେଉଥିବା ବେଳେ ଏପଟେ ଆରଜେଡି କର୍ମୀ ମାନେ ବାହାରେ ତାଙ୍କୁ ଅପେକ୍ଷା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାରାଥନ ପଚରାଉଚରା ପରେ ତେଜସ୍ୱୀ ବାହାରକୁ ଆସିବା ମାତ୍ରେ ‘ଶେର ଆୟା ଶେର ଆୟ’ ସ୍ଲୋଗାନ ଦିଆଯାଇଥିଲା । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ନିୟୋଜିତ ହୋଇଥିବା ସିଆରପିଏଫ ଯବାନ ମାନେ ମଧ୍ୟ ତାଙ୍କ ସହ ସେଲଫି ନେଇଥିଲେ । ତେଜସ୍ୱୀଙ୍କ ସହ ସେଲଫି ନେବାକୁ ଭିଡ ଜମାଇଥିଲେ । ଇଡ଼ି ପ୍ରଶ୍ନର ଉତ୍ତର ଦେବା ପରେ ତେଜସ୍ୱୀ ବାହାରକୁ ଖୁବ ଉତ୍ସାହର ସହିତ ହସି ହସି ଆସୁଥିବା ଦେଖିବାକୁ ମିଳିଥିଲା ।

ଇଡ଼ି ଟିମ ତେଜସ୍ୱୀଙ୍କୁ ଦିଲ୍ଲୀ ଏବଂ ପାଟନାରେ ଥିବା ସମ୍ପତ୍ତି ଏବଂ ତାଙ୍କ ନିର୍ଦ୍ଦେଶକ ବୋର୍ଡରେ ଘରୋଇ କମ୍ପାନୀରେ ବିନିଯୋଗ ସମ୍ବନ୍ଧୀୟ ଅନେକ ଗୁଡିଏ ପ୍ରଶ୍ନ କରିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ମାରାଥନ ଜେରା ବେଳେ ତେଜସ୍ୱୀ ଅଧିକାଂଶ ପ୍ରଶ୍ନର ଉତ୍ତର ଜାଣିନଥିବା କହିଥିଲେ ଏବଂ କିଛି ପ୍ରଶ୍ନର ଉତ୍ତର ଦେଇ ଇଡ଼ି ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ । ତେଜସ୍ୱୀଙ୍କ ମାସିକ ଆୟ କେତେ ଏବଂ ଆୟର ଉତ୍ସ କେଉଁଠୁ ବୋଲି ପ୍ରଶ୍ନ କରିଥିଲା ଇଡ଼ି । ଯେତେବେଳେ ସେ ନାବାଳକ ଥିଲେ ସେତେବେଳେ କମ୍ପାନୀରେ କିପରି ଯୋଗ ଦେଇଥିଲେ । ଏବଂ କୋଟି କୋଟି ଟଙ୍କାର ବଙ୍ଗଳା କିଣିବା ଲାଗି କେଉଁଠି ଟଙ୍କା ପାଇଲେ ।

- Advertisement -

ଏହି କମ୍ପାନୀର କଣ କାମ କରେ, ଏହାର ବାର୍ଷିକ କାରବାର ୪କୋଟିରୁ ଅଧିକ ଥିବା ବେଳେ ଏହାର କାର୍ଯ୍ୟାଳୟ ଦିଲ୍ଲୀର ଫ୍ରେଣ୍ଡସ୍‍ କଲୋନୀ ପରି କାହିଁକି । ବଙ୍ଗଳା କିପରି ଓ କାହାଠାରୁ କିଣାଯାଇଛି? ଏହାକୁ କିଣିବା ପାଇଁ ଟଙ୍କା କେଉଁଠୁ ଆସିଲା? ଏସବୁ ପ୍ରଶ୍ନ ତେଜସ୍ୱୀଙ୍କୁ ଇଡ଼ି ଅଧିକାରୀ ପଚରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories