www.samajalive.in
Monday, December 8, 2025
20.1 C
Bhubaneswar

ବିଦ୍ୟାଳୟ କବାଟ ତାଡ଼ି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲେ ହାତୀପଲ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦିଗିପଶି ପଞ୍ଚାୟତ ଅସନବଣି ପ୍ରାଥମିକ ବିଦ୍ୟାଳୟରେ କବାଟ ତାଡି ଚାଉଳ ଖାଇଲେ ହାତୀପଲ । ମଙ୍ଗଳବାର ବିଳମ୍ବିତ ରାତିରେ ହାତୀପଲ ବିଦ୍ୟାଳୟ ର କବାଟ ତାଡ଼ି ମଧ୍ୟାହ୍ନ ଭୋଜନ ଚାଉଳ ଖାଇ ଦେଇଥିବା ଜଣାପଡିଛି । ସାହାରପଡା ଫରେଷ୍ଟ ସେକ୍ସନରେ ଏବେ ୧୭ ଟିକିଆ ହାତୀପଲ ବିଭିନ୍ନ ସ୍ଥାନରେ ଉପଦ୍ରବ କରୁଛନ୍ତି । ମଙ୍ଗଳବାର ରାତି ପାଖାପାଖି ୧ଟା ସମୟରେ ସେଥିରୁ ୫ ଟି ହାତୀ ବିଦ୍ୟାଳୟରେ ପଶି ପାଖାପାଖି ୩ କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଖାଇ ଦେଇଛନ୍ତି । ଘଟଣା ଜଣାପଡିବା ପରେ କ୍ଷତିପୂରଣ ପାଇଁ ସ୍କୁଲର ପ୍ରଧାନଶିକ୍ଷକ ବନ ବିଭାଗକୁ ଅବଗତ କରାଇବେ ବୋଲି ସୂଚନା ମିଳିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories