ଏଟିଏମ୍ ଲୁଟ୍ ଘଟଣାରେ ଧରାପଡିଲେ ଦୁଇ ଲୁଟେରା
ନବରଙ୍ଗପୁର: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଛି। ଏଟିଏମ ମେସିନକୁ ଦୁର୍ବୁତ୍ତମାନେ ତାଡି ଦେଇଛନ୍ତି। ତେବେ ଏଟିଏମ ମେସିନକୁ ଗ୍ୟାସ୍ କଟରରେ କାଟିଥିବା ସନ୍ଦେହ କରାଯାଉଛି। ଫଳରେ ଏଡିଏମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ନବରଙ୍ଗପୁର ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏଟିଏମ ତଳେ କିଛି ଟଙ୍କା ନିଆଁରେ ପୋଡି ଯାଇଥିବାରୁ ଦୁର୍ବୁତ୍ତମାନେ ଉକ୍ତ ଟଙ୍କା ଗୁଡିକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି। ପୁଲିସ ଡାବୁଗାଁ ଜଙ୍ଗଲରେ ପିଛା କରି ଦୁଇ ଲୁଟେରାଙ୍କୁ କାବୁ କରିଛି। ଜଙ୍ଗଲ ଭିତରୁ ଏକ କାର୍ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୋଟ୍ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡିନି।
Comments are closed.