www.samajalive.in
Monday, December 15, 2025
24.1 C
Bhubaneswar

କନ୍ୟାରତ୍ନ ସୁରକ୍ଷା ପାଇଁ ନାଚଗୀତ ମାଧ୍ୟମରେ ସଚେତନତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକର ଆଇସିଡିଏ (ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ) ଅଧିନସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କୁନି କୁନି ଶିଶୁ କନ୍ୟାମାନଙ୍କୁ ନେଇ ନାଚ ଗୀତର କାର୍ଯ୍ୟକ୍ରମ ରଙ୍ଗାରଙ୍ଗ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଆଜି ଝିଅ ଆଉ ବୋଝ ନୁହେଁ କି ଘର ଭିତରେ ରହି ଅବଳା ଦୁର୍ବଳା ହୋଇ ରହି ନାହିଁ। ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପ୍ରମାଣ କରିଦେଇଛି ଯେ ସେ କୌଣସି କ୍ଷେତ୍ର ରେ ପୁଅ ଠାରୁ ସେ କମ୍ ନୁହେଁ, ତେଣୁ ତାର ମଧ୍ୟ ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି। ଏହା ବ୍ୟତୀତ ପରିବାରର ସମସ୍ତେ କନ୍ୟା ସନ୍ତାନ ପ୍ରତି ଅବହେଳା ନ କରି ବା କୌଣସି ପାତର ଅନ୍ତର ନ କରି ତାଙ୍କର ଯତ୍ନ ନେବା, ଝିଅ ନିଜ ଇଚ୍ଛା ଅନୁସାରେ ପାଠ ପଢ଼ି ପାରିବ ଏବଂ ତାର ସମ୍ମତି ବିନା କୌଣସି ବ୍ୟକ୍ତି ସହ ବିବାହ କରିବା ପାଇଁ ଚାପ ପ୍ରୟୋଗ ନ କରିବା ଆଦି ଉପରେ ସଚେତନର ବାର୍ତ୍ତା ରହିଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଲୀଳାବତୀ ପଟେଲ,ଆଶା କର୍ମୀ ମୁକ୍ତା ଦନ୍ତା, ଅଙ୍ଗନୱାଡି କର୍ମୀ ଜାଜ୍ଞସିନି ନାୟକ, ରୀନା ଦନ୍ତା, ଜ୍ୟୋସ୍ନାମୟୀ ଛୁରିଆ, ସହାୟିକା ସ୍ନେହଲତା ଝାଙ୍କର୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories