www.samajalive.in
Monday, December 15, 2025
16.1 C
Bhubaneswar

ମନ୍ଦିର ଖାଲି କରିବାକୁ ରେଳବାଇ ପକ୍ଷରୁ ହନୁମାନଙ୍କୁ ନୋଟିସ୍‌; ଅପମାନିତ ହେବାରୁ କହିଲା- ଭୁଲ୍ ସୁଧାରିବୁ

ଧନବାଦ: ଝାଡ଼ଖଣ୍ଡର ଧନବାଦରେ ରେଳବାଇ ପକ୍ଷରୁ ପ୍ରଭୁ ହନୁମାନଙ୍କୁ ମନ୍ଦିର ଖାଲି କରିବାକୁ ନୋଟିସ୍‌ ଦିଆଯାଇଛି, ଯାହାକୁ ନେଇ ରେଳବାଇକୁ ଅପମାନିତ ହେବାକୁ ପଡ଼ିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ବାହାରେ ଏହି ନୋଟିସ୍‌ ଲଗାଇଛି। ଏହି ନୋଟିସ୍‌ ହନୁମାନଙ୍କ ନାଁରେ ଅଛି। ଏଥିରେ ଲେଖା ହୋଇଛି, ଆପଣଙ୍କ ମନ୍ଦିର ରେଳବାଇ ଜମିରେ ଅଛି। ଏଠାରେ ବେଆଇନ ଜବରଦଖଲ କରାଯାଇଛି। ନୋଟିସ୍‌ ମିଳିବାର ୧୦ ଦିନ ମଧ୍ୟରେ ମନ୍ଦିର ହଟାଇ ଦିଅନ୍ତୁ ଓ ଜମି ଖାଲି କରନ୍ତୁ। ନଚେତ୍‌ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଘଟଣାଟି ହେଉଛି ଧନବାଦର ବେକାରବାନ୍ଧ ଅଞ୍ଚଳର। ଖଟିକ ବସ୍ତିରେ ରେଳବାଇ ନିଜ ଜମି ଖାଲି କରିବାକୁ ନୋଟିସ୍‌ ଲଗାଇଛି। ରେଳବାଇ କେବଳ ହନୁମାନ ମନ୍ଦିର ନୁହେଁ ବରଂ ଏହାର ଚାରିପାଖରେ ଥିବା ବେଆଇନ ଝୁମ୍ପୁଡ଼ି ଘର ଆଦି ମଧ୍ୟ ହଟାଇବାକୁ କହିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି।

- Advertisement -

ଅଧିକାରୀଙ୍କ କହିବାନୁଯାୟୀ, ଏହା ଏକ ମାନବୀୟ ତ୍ରୁଟି। ନୋଟିସରେ ଭୁଲରେ ହନୁମାନ ଜୀଙ୍କ ନାମ ଲେଖାଯାଇଛି। ଏହାକୁ ସଂଶୋଧନ କରାଯିବ। ଭବିଷ୍ୟତରେ ଯେମିତି ଏପରି ଭୁଲ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ। କାହାର ଭାବନାକୁ ଆଘାତ ପହଞ୍ଚାଇବା ବିଭାଗର ଉଦ୍ଦେଶ୍ୟ ନୁହେଁ, ଆମକୁ କେବଳ ଜମିରୁ ଜବରଦଖଲ ହଟାଇବାର ଥିଲା।

ବେକାରବାନ୍ଧ ଖଟିକ ଅଞ୍ଚଳରେ ଲୋକମାନେ ୨୦ ବର୍ଷ ଧରି ରେଳବାଇ ଜମିରେ ରହି ଆସୁଛନ୍ତି। ଏଠାକାର ଖଟିକ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଉତ୍ତରପ୍ରଦେଶରୁ ଆସିଛନ୍ତି। ସେମାନେ ଛୋଟ ଛୋଟ ଝୁମ୍ପୁଡ଼ି କରି ବର୍ଷ ବର୍ଷ ଧରି ପାଣି ଫଳ, ମାଛ, ପନିପରିବା ବିକ୍ରୟ ଆଦି ଛୋଟମୋଟ ବ୍ୟବସାୟ କରନ୍ତି। ରେଳବାଇ ଟିମ୍‌ ଅଞ୍ଚଳର ସମସ୍ତ ଘରକୁ ବେଆଇନ ଜବର ଦଖଲ ଦର୍ଶାଇ ଖାଲି କରିବାକୁ ନୋଟିସ ଜାରି କରିଛି। ସବୁ ଘରର କାନ୍ଥରେ ନୋଟିସ୍ ଲଗାଯାଇଛି। ଏହି ଅଞ୍ଚଳରେ ୩୦୦ରୁ ଅଧିକ ପରିବାର ବାସ କରନ୍ତି।

 

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories