୫୩ ନଂ ଚାରିଥାକିଆ ରାସ୍ତା ଉପରେ ଟ୍ରକ୍ ପାର୍କିଂ, ପ୍ରଶାସନ ନୀରବଦ୍ରଷ୍ଟା

ରେଙ୍ଗାଲିକେମ୍ପ: ବାରଟି ୱାର୍ଡକୁ ନେଇ ଗଠିତ ଅତାବିରା ଏନଏସି। ୫୩ ନଂ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ଉପରେ ଦୀର୍ଘ ବର୍ଷ ହେଲା ଟ୍ରକ୍ ଗୁଡ଼ିକ ପାର୍କିଂ କରିଆସୁଛନ୍ତି। ଗୋଟିଏ ପଟେ ରାସ୍ତା ଅସମ୍ପୂର୍ଣ୍ଣ ରହିଥିବାବେଳେ ବିଭିନ୍ନ ସ୍ଥାନରେ ଖାଲଖମା ସହ ଲାଦରପାଲି ଛକରେ ଲୁହା ରଡ଼ ଗୁଡ଼ିକ ରାସ୍ତା ଉପରେ ପଡ଼ି ରହିଛି। ଯାହା ଅଞ୍ଚଳ ପାଇଁ ବିପଦ ମୁଖା ସାଜିଛି। ରେଙ୍ଗାଲିକେମ୍ପ ଛକରୁ ଆରମ୍ଭ କରି ଆନ୍ଧ୍ର କଲ୍ୟାଣ ମଣ୍ଡପ ପର୍ୟ୍ୟନ୍ତ ଟ୍ରାଫିକ ସମସ୍ୟା ଅଣାୟତ୍ତ। ଏନଏସିର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ବାରା ଭଡା ଅସୁଲି ତଥା ସ୍ବାର୍ଥ ଲାଳସା ଯୋଗୁଁ ଅସମ୍ପୂର୍ଣ୍ଣ ସର୍ଭିସ୍ ରାସ୍ତା ଉପରେ ପାର୍କିଂ ବ୍ୟବସ୍ଥା, ଏଣେତେଣେ ଗାଡ଼ି ମଟର ରଖିଦେଉଥିବା, ରାସ୍ତା ଉପରେ ଗେଟି ବକ୍ଷଳି ଆଦି ପକାଇ ରଖୁଥିବା, ବଡ ବଡ଼ ଭାରିଯାନ ଗୁଡ଼ିକ ରଖିବା ସହ ଗ୍ୟାରେଜ କରି ରାସ୍ତାକୁ ଅକ୍ତିଆର କରିନେଇଛନ୍ତି। ସରକାରୀ ଡ୍ରେନ ଉପରେ ଦୋକାନ ଘର, ମଦଭାଟି, ନିର୍ମାଣ କରିନେଇଛନ୍ତି, ଫଳରେ ରାସ୍ତା ମରାମତି, ଡ୍ରେନ ସଫେଇ ହୋଇପାରୁନାହିଁ। ସରକାରୀ ସ୍ଥାନରେ ଲୋକେ ଦୋକାନ ଘର ନିର୍ମାଣ କରି ଭଡା ଆଦୁଲି କରୁଥିବାମଧ୍ୟା ନଜରକୁ ଆସିଛି। ବାରମ୍ବାର ଲୋକଙ୍କ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଯାଏଁ ଏନଏସି କିବା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉ ନଥିବା ରହସ୍ୟ କ’ଣ ବୋଲି ଜନସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

 

ଏହି ଜବର ଦାଖଲ ପାଇଁ ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଛି। ଲାଦରପାଳି ଛକ ନିକଟ ବରଗଡ଼ ସମ୍ବଲପୁର ରାସ୍ତା ପାର୍ଶ୍ବରେ ଭାରି ଟ୍ରକ୍ ଗୁଡ଼ିକ ପ୍ରତିଦିନ ପାର୍କିଂ କରାଯାଉଛି। ଫଳରେ ପଦଚାରି ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଦେଇ ଲାଦେର ପାଲି ହାଇସ୍କୁଲ, ସେବାଶ୍ରମ ସ୍କୁଲ୍, ଶ୍ରିଅରବିନ୍ଦ ସ୍କୁଲ୍, ଅତାବିରା କଲେଜ, ଭାରତୀୟ ଖାଦ୍ୟ ନିଗମ, ରେଜିଷ୍ଟ୍ରି ଅଫିସ, ଖେଳ ପଡିଆ ଆଦିକୁ ଯିବାପାଇଁ ହେଲେ ସକାଳ ପାଇଲେ ଚିନ୍ତା ମାଡୁଛି। ଟ୍ରକ୍ ପାର୍କିଂ ହଟାଇବାକୁ ତଥା ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ନେଇ ବରିଷ୍ଠ ନାଗରିକ ,ଅଭିଭାବକ ଅଭିଭାବୀକା ତଥା ଜନ ସାଧାରଣ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅବସ୍ଥା ଯାହାକୁ ତାହା ହୋଇରହିଛି। ପ୍ରଶାସନ ସହ ଏନଏସିବି ଚୁପ୍ ମାରି ବସିରହିବା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ହୁଏତ ଏଥିପାଇଁ ଆନ୍ଦୋଳନ କରି ସ୍ୱର ଉତ୍ତୋଳନ କରିବେ ବୋଲି ଜନ ସାଧାରଣ ଚେତାବନୀ ଦେଇଛନ୍ତି।

Comments are closed.