www.samajalive.in
Monday, December 15, 2025
24.1 C
Bhubaneswar

ସେବା ସପ୍ତାହର ଅନ୍ତିମ ଦିବସ, ବୃଦ୍ଧାଶ୍ରମରେ ଫଳ ଓ ପାଉଁରୁଟି ବଣ୍ଟନ

ରେଙ୍ଗାଲି: ଦୈନିକ ‘ସମାଜ’ର ପ୍ରତିଷ୍ଟାତା ତଥା ସମର୍ପିତ ସେବକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଉପଲକ୍ଷେ ସମାଜ ଏବଂ ଲୋକସେବାକ ମଣ୍ଡଲ ପକ୍ଷରୁ ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସେବା ଓ ସେବକ ସପ୍ତାହ ରୂପେ ପାଳନ କରାଯିବାକୁ ଧାର୍ଯ୍ୟ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସେବା ସପ୍ତାହର ଅନ୍ତିମ ଦିବସରେ ଆଜି ସମ୍ବଲପୁର ଜିଲାର ରେଙ୍ଗାଲି ନିକଟସ୍ଥ କେଉଁଟଡିହି ଗ୍ରାମରେ ଥିବା ସହାୟତା ବୃଦ୍ଧାଶ୍ରମରେ ‘ସମାଜ’ ପକ୍ଷରୁ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ଶଶିଭୂଷଣ ସାହୁଙ୍କ ତତ୍ତ୍ୱାବଧାନରେ ଏବଂ ସ୍ୱାଧିନ ଏକତା ସଙ୍ଗଠନର ସହଯୋଗରେ ଆୟୋଜିତ କାର୍ଯକ୍ରମରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ଫଳ, ପାଉଁରୁଟି ଏବଂ ଟୁଥ୍ ବ୍ରସ୍ ପ୍ରଦାନ କରାଯାଇଥିଲା। ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମାଜ’ ରେଙ୍ଗାଲି ବ୍ଳକ୍ ପ୍ରତିନିଧି ହରିହର ନାଥ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହାପରେ ଅନ୍ତେବାସୀମାନଙ୍କୁ ଫୁଲ ଚନ୍ଦନ ଦେଇ ଅଭ୍ୟର୍ଥନା କରାଯାଇଥିଲା।

ସହାୟତା ଆଶ୍ରମର ପୂର୍ବତନ ସଭାପତି ବାବୁଲାଲ ଅଗ୍ରଓାଲା, ଯୁବନେତା ତିଳକ ବାଗ, ରେଙ୍ଗାଲି ସାମ୍ବାଦିକ ସଂଘର ସମ୍ପାଦକ ଶିଶିର ସାହୁ, ବୃଦ୍ଧାଶ୍ରମର କୋଷାଧ୍ୟକ୍ଷ ଗୋବର୍ଦ୍ଧନ ବାରିକ, ସ୍ୱାଧିନ ଏକତା ସଙ୍ଗଠନର ସଭାପତି ରାଜୀବ ମିଶ୍ର, ସମ୍ପାଦକ ସରୋଜ ବିଶୋଇ, ସଂଯୋଜକ ପଦ୍ମନାଭ ଭୋଇ ଦିବ୍ୟକିଶୋର ସରାଫ୍, ତ୍ରିଲୋଚନ ବେରିହା, ଡୋଳାମଣି ମନ୍ଦୋଦରୀ, ମାଧବ କୁମାର, ଚୁନ୍ନିଲାଲ ସାହୁ, ରାକେଶ ଲୁନିଆଁ, ସୋନୁ ଲୁନିଆଁ ରାନୀ ଲୁନିଆଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ତିଳକ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories