www.samajalive.in
Monday, December 15, 2025
16.1 C
Bhubaneswar

ଫୁସ୍‍ଫୁସ୍‍ ସଂକ୍ରମଣ କ୍ଷେତ୍ରରେ ବିସିଜି ଟିକା ବୁଷ୍ଟର ଡୋଜ୍‍ର ପ୍ରଭାବ ଅଧ୍ୟୟନ କରିବ ଦେଶର ସର୍ବୋଚ୍ଚ ଯକ୍ଷ୍ମା ଗବେଷଣା ପ୍ରତିଷ୍ଠାନ

ଡେସ୍କ: ଦେଶର ସର୍ବୋଚ୍ଚ ଯକ୍ଷ୍ମା ଗବେଷଣା ପ୍ରତିଷ୍ଠାନ ଫୁସ୍‍ଫୁସ୍‍ ସଂକ୍ରମଣ କମାଇବାରେ ବିସିଜି ଟିକାର ବୁଷ୍ଟର ଡୋଜ୍‍ କେତେ ପ୍ରଭାବଶାଳୀ, ସେ ନେଇ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇଛି। ଆଇସିଏମଆର-ଏନଆରଆଇଟିର ନିର୍ଦ୍ଦେଶିକା ଡକ୍ଟର ପଦ୍ମା ପ୍ରିୟଦର୍ଶିନୀ କହିଛନ୍ତି ଯଦି କୌଣସି ପରିବାରରେ ଯକ୍ଷ୍ମାରୋଗୀ ଥାଆନ୍ତି, ସେହି ପରିବାରର ୬ରୁ ୧୮ ବର୍ଷ ବୟସ ମଧ୍ୟରେ ଲୋକମାନଙ୍କୁ ବିସିଜି ବୁଷ୍ଟର ଡୋଜ୍‍ ଟିକା ଦିଆଯିବ। ସେମାନଙ୍କୁ ୨ ବର୍ଷ ଲାଗି ଅନୁଧ୍ୟାନ କରାଯିବ। ଏହି ୨ ବର୍ଷ ମଧ୍ୟରେ ସେମାନଙ୍କଠାରେ ଯକ୍ଷ୍ମାର ଲକ୍ଷଣ ପ୍ରକାଶ ପାଉଛି କି ନାହିଁ ଅଧ୍ୟୟନ କରାଯିବ।

ଏବେ ଦେଶରେ ଜନ୍ମ ସମୟରେ ପ୍ରତ୍ୟେକ ଶିଶୁଙ୍କୁ ବିସିଜି ଟିକା ଦିଆଯାଉଛି। ସେ କହିଛନ୍ତି ଯକ୍ଷ୍ମାରୋଗୀ ସହ ସଂପର୍କିତ ଛୋଟପିଲା ଏବଂ କମ୍‍ ବୟସର ପିଲାମାନଙ୍କୁ ଏହି ରୋଗର ସଂକ୍ରମଣରୁ ରକ୍ଷା କରିବା ଲାଗି ଅଧ୍ୟୟନ କରାଯିବ। ଦେଶର ପ୍ରାୟ ୯ ହଜାର ପିଲାଙ୍କୁ ୮ଟି କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯିବ। ଚଳିତବର୍ଷ ଅଗଷ୍ଟ ପୂର୍ବରୁ ଏହି ଅଧ୍ୟୟନ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା ଜାରି ରହିଥିବା ଡକ୍ଟର ପ୍ରିୟଦର୍ଶିନୀ କହିଛନ୍ତି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories