ରେଢ଼ାଖୋଲ: ରେଢ଼ାଖୋଲ ସହର କଳିନ୍ଦର ଗ୍ରାମ ନିକଟ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅନୁଗୋଳ ଜିଲ୍ଲା ଟିକରପଡା ପୁରୁଣା କୋଟ ଥାନା ଅଂଚଳର ଟୁକୁନା ସେଠଙ୍କ ଦୁଇ ପୁଅ ଶ୍ରୀୟାଂଶୁ ସେଠ ଓ ପ୍ରିୟାଂଶୁ ସେଠ। ଜଣଙ୍କ ବୟସ ସାଡେ ୩ବର୍ଷ ଓ ଅନ୍ୟ ଜଣେ ସାଡେ ଦୁଇ ବର୍ଷ। ଶନିବାର ଦୁଇ ପୁଅଙ୍କ ସହିତ କଳିନ୍ଦର ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଥିଲେ ବାପା ମା। ଆଜି ବାପା ମା କାମ କରୁଥିବା ସମୟରେ ଦୁଇ ଭାଇ ପୋଖରୀ ଭିତରକୁ ଚାଲିଯାଇ ପାଣିରେ ବୁଡି ଯାଇଥିଲେ। ଦୁଇ ପୁଅଙ୍କୁ ନପାଇ ଖୋଜା ଖୋଜି କରିବା ସମୟରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇ ଥିଲେ। ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Popular Categories



