www.samajalive.in
Monday, December 15, 2025
16.1 C
Bhubaneswar

ଆତ୍ମହତ୍ୟା ନୁହେଁ, ଆଇଆଇଟି ଛାତ୍ର ଫୈଜନଙ୍କୁ ଗୁଳି କରିବା ପରେ ଛୁରି ଭୁସି ହତ୍ୟା କରାଯାଇଥିଲା: ଫୋରେନସିକ ଦଳ

ସମାଜ ଡିଜିଟାଲ ଡେସ୍କ: ଆଇଆଇଟି ଖଡଗପୁର ଛାତ୍ର ଫୈଜନ ଅହମ୍ମଦ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ଫୈଜନ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଫୈଜନଙ୍କୁ ପ୍ରଥମେ ଗୁଳି କରାଯାଇଛି। ତାଙ୍କ ବେକରେ ଗୁଳି ଲାଗିଛି। ଏହା ପରେ ତାଙ୍କୁ ଛାତିରେ ଛୁରି ଭୂସି ହତ୍ୟା କରାଯାଇଛି। କଲକାତା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଫୋରେନସିକ ବିଶେଷଜ୍ଞ ଦଳ ଏହି ତଥ୍ୟ ପ୍ରଦାନ କରିଛନ୍ତି। ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)କୁ ଫୋରେନସିକ ଟିମ୍‌‌ ଉକ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏହା ଫଳରେ ଫୈଜନ ଆତ୍ମହତ୍ୟା କରିଥିବା ନେଇ ଯେଉଁ ଦାବି କରାଯାଉଥିଲା ତାହା ଉପରୁ ପରଦା ହଟିଛି। ଫୈଜନଙ୍କ ମା’ବାପା ମଧ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ।

ଫୈଜନଙ୍କ ଘର ଆସାମରେ। ସେ ଆଇଆଇଟି ଖଡଗପୁରରେ ୩ୟ ବର୍ଷ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଥିଲେ। ୨୦୨୨ ଅକ୍ଟୋବର ୧୪ରେ ଲାଲା ଲଜପତ ରାଏ ହଷ୍ଟେଲର ଏକ ରୁମ୍‌‌ରୁ ତାଙ୍କ ମୃତଦେହ ମିଳିଥିଲା। କିନ୍ତୁ ଉକ୍ତ ରୁମ୍‌‌ ତାଙ୍କର ନ ଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ଏହାକୁ ଆତ୍ମହତ୍ୟା ବୋଲି କହିଥିଲା। ଯାହା ବିରୋଧରେ ଫୈଜନଙ୍କ ମା’ବାପା କଲକାତା ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ପିଟିସନର ଶୁଣାଣି କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଫୋରେନସିକ ବିଶେଷଜ୍ଞ ଅଜୟ କୁମାର ଗୁପ୍ତାଙ୍କୁ ମାମଲାର ତଦାରଖ ପାଇଁ ନିଯୁକ୍ତ କରିଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories