www.samajalive.in
Monday, December 8, 2025
14.1 C
Bhubaneswar

ଅର୍ଥବ୍ୟବସ୍ଥାକୁ ଆରବିଆଇର ସଞ୍ଜୀବନି: ଶକ୍ତିକାନ୍ତ ଦାସଙ୍କ ୧୦ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ସାରା ବିଶ୍ଵର ଅର୍ଥବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ିବା ସ୍ଥିତିରେ। ଭାରତରେ ୪୦ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଥିବାରୁ ଦେଶର ଆର୍ଥିକ ସ୍ଥିତି ସଙ୍କଟ ମଧ୍ୟରେ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥବ୍ୟବସ୍ଥାକୁ ସଞ୍ଜୀବନି ଦେବାକୁ ପ୍ରୟାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)।  ସମସ୍ତ କଠିନ ପରିସ୍ଥିତିର ମୁକାବିଲା ଲାଗି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ୧୦ଟି ବଡ଼ ଘୋଷଣା କରିଛନ୍ତି।

୧- ରିଭର୍ସ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ହ୍ରାସ

- Advertisement -

ଆରବିଆଇ ରିଭର୍ସ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ଅର୍ଥାତ .୨୫% ହ୍ରାସ କରିଛି। ଫଳରେ ରିଭର୍ସ ରେପୋ ରେଟ୍‌ ୪%ରୁ କମି ୩.୭୫%ରେ ପହଞ୍ଚିଛି। ରେପୋ ରେଟ୍‌(୪.୪%)ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରିଭର୍ସ ରେପୋ ରେଟ୍‌ ହ୍ରାସ ଯୋଗୁ ବ୍ୟାଙ୍କଗୁଡ଼ିକ ନିଜର ଅର୍ଥକୁ ଆରବିଆଇରେ ଜମା ରଖିବାକୁ କମ୍‌ ଆଗ୍ରହ ପ୍ରକାଶ କରିବେ ଏବଂ ସେମାନଙ୍କର ନଗଦ ଜମା ବୃଦ୍ଧି ପାଇବ। ଫଳରେ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଉତ୍ପାଦକ କ୍ଷେତ୍ରକୁ ଋଣ ପ୍ରଦାନ କରିବେ।

୨- ରାଜ୍ୟଗୁଡ଼ିକୁ ଅଶ୍ଵସ୍ତି

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରାଜ୍ୟଗୁଡ଼ିକ ଉପରେ ବଢ଼ୁଥିବା ଖର୍ଚ୍ଚର ଚାପକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଅଗ୍ରିମ ସୁବିଧାକୁ ୬୦% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟଗୁଡ଼ିକ ଏହି କଠିନ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିପାରିବେ।

୩- ଟିଏଲଟିଆରଓ ଜରିଆରେ ୫୦ ହଜାର କୋଟି

ଆରବିଆଇ ଥ୍ରୀ ଲଙ୍ଗ୍‌ ଟର୍ମ ରେପୋ ଅପରେଶନ(ଟିଏଲଟିଆରଓ) ଜରିଆରେ ୫୦ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରିପାରିବ। ଏହି କାର୍ଯ୍ୟ କିସ୍ତିରେ କରାଯିବ।

୪-ନାବାର୍ଡ, ଏସଆଇଡିବିଆଇ ଓ ଏନଏଚବିକୁ ସହାୟତା

ଆରବିଆଇ ପକ୍ଷରୁ ନାବାର୍ଡକୁ ୨୫ ହଜାର କୋଟି, ଏସଆଇଡିବିଆଇକୁ ୧୫ ହଜାର କୋଟି ଏବଂ ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନଏଚବି)କୁ ୧୦ ହଜାର କୋଟି ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି।

୫- ମାର୍ଚ୍ଚରେ ୩୪.୬% ରପ୍ତାନୀ ହ୍ରାସ ପାଇଛି

ଶକ୍ତିକାନ୍ତ ଦାସ କହିଥିଲେ, ଆରବିଆଇ କରୋନା ଭୂତାଣୁର ପ୍ରକୋପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖିଛି। ସେ କହିଥିଲେ, ମାର୍ଚ୍ଚ ମାସରେ ରପ୍ତାନୀ ୩୪.୬% ହ୍ରାସ ପାଇଛି, ଯାହା ୨୦୦୮-୦୯ର ବିଶ୍ଵ ଆର୍ଥିକ ସଙ୍କଟ ତୁଳନାରେ ଅନେକ ଗୁଣରେ ଅଧିକ।

୬- ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥିତି ଭଲ

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଅନୁସାରେ, ଦେଶର ଆର୍ଥିକ ବୃଦ୍ଧି ହାର ୧.୯% ରହିବ​‌ ବୋଲି ଅନୁମାନ କରାଯାଉଛି। ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଭାରତର ସ୍ଥିତି ଭଲ ରହିବ। ବିଶ୍ଵ ଅର୍ଥବ୍ୟବସ୍ଥାରେ ୯ ଲକ୍ଷ କୋଟି ଡଲାରର କ୍ଷତି ହୋଇପାରେ, ଯାହା ଜାପାନ ଏବଂ ଜର୍ମାନୀ ଜିଡିପି ସହିତ ସମାନ ହେବ।

୭- ଏନପିଏ ନିୟମରେ ବ୍ୟାଙ୍କଗୁଡ଼ିକୁ ୯୦ ଦିନର ଅଶ୍ଵସ୍ତି

ଆରବିଆଇ ଏନପିଏ ନିୟମଗୁଡ଼ିକରେ ବ୍ୟାଙ୍କଗୁଡ଼ିକୁ ୯୦ ଦିନର ଆଶ୍ଵସ୍ତି ଦେଇଛି। ଆରବିଆଇ ସ୍ପଷ୍ଟ କରିଛି ଯେ, ପରିଶୋଧ ଅବଧି ସମୟକୁ ଏନପିଏରେ ଗଣାଯିବ ନାହିଁ। ଏହାସହିତ ବ୍ୟାଙ୍କଗୁଡ଼ିକ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ନିଜ ଲାଭରୁ ଲାଭାଂଶ ଦେବେ ନାହିଁ।

୮- ସାଧାରଣ ବ୍ୟାଙ୍କିଙ୍ଗ କାରବାର ବଜାୟ ରଖିବାକୁ ଉଦ୍ୟମ ଜାରି

ଦେଶରେ ସାଧାରଣ ବ୍ୟାଙ୍କିଙ୍ଗ କାରବାର ବଜାୟ ରଖିବାକୁ ପ୍ରୟାସ ଜାରି ରହିଛି। ଆର୍ଥିକ ସଂସ୍ଥାଗୁଡ଼ିକ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଦେଶରେ ୯୧ ପ୍ରତିଶତ ଏଟିଏମ୍ କାର୍ଯ୍ୟ କରୁଛି।  ଏହା ବ୍ୟତୀତ ମୋବାଇଲ ଏବଂ ନେଟ ବ୍ୟାଙ୍କିଙ୍ଗରେ କୌଣସି ଅସୁବିଧା ନାହିଁ।

୯- ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। କୋରାନା ଭୂତାଣୁ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତି ମଧ୍ୟରେ ଚଳିତ ଆର୍ଥିକ ଦ୍ୱିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ଲକ୍ଷ୍ୟର ୪ ପ୍ରତିଶତ ତଳେ ରହିପାରେ।

୧୦- ଦେଶରେ ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରାର ଭଣ୍ଡାର ରହିଛି

ମାର୍ଚ୍ଚରେ ଭାରତରେ ରପ୍ତାନୀ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଏଥି ସହିତ ମାର୍ଚ୍ଚରେ ଅଟୋମୋବାଇଲ ଉତ୍ପାଦନ ଏବଂ ବିକ୍ରୟ ମଧ୍ୟ ହ୍ରାସ ପାଇଲା। ଏହା ସତ୍ତ୍ୱେ ଦେଶରେ ବିଦେଶୀ ମୁଦ୍ରାର ପର୍ଯ୍ୟାପ୍ତ ଭଣ୍ଡାର ଅଛି। ଫରେକ୍ସ ରିଜର୍ଭ ବର୍ତ୍ତମାନ ୪୭୬.୫ ବିଲିୟନ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories