www.samajalive.in
Sunday, November 16, 2025
15.1 C
Bhubaneswar

ପୁଣି ଶୀର୍ଷ ମାନ୍ୟତା ପାଇଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ସ୍ଥାନ ପାଇଛନ୍ତି ଶକ୍ତିକାନ୍ତ ଦାସ। ଏନେଇ ଆରବିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି ଯେ, ‘‘ଖୁସିର ସହ ଘୋଷଣା କରୁଛୁ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୪ରେ ‘ଏ+’ ମାନ୍ୟତା ଦିଆଯାଇଛି।’’

ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନାରେ ସଫଳତା ପାଇଁ ‘ଏ’ରୁ ‘ଏଫ୍‌’ ପର୍ଯ୍ୟନ୍ତ ଗ୍ରେଡ୍‌ ଦିଆଯାଇଥାଏ। ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଗ୍ରେଡ୍ ‘ଏ’ ଦିଆଯାଉଥିବାବେଳେ ସଂପୂର୍ଣ୍ଣ ବିଫଳତା ପାଇଁ ‘ଏଫ୍‌’ ଦିଆଯାଏ। କେନ୍ଦ୍ରୀୟ ବ୍ୟାଙ୍କର୍ ‘ଏ +’ ବର୍ଗରେ ଡେନମାର୍କର ଖ୍ରୀଷ୍ଟିଆନ କେଟଲ ଥୋମସେନ, ଭାରତର ଶକ୍ତିକାନ୍ତ ଦାସ ଏବଂ ସ୍ୱିଜରଲ୍ୟାଣ୍ଡର ଥୋମାସ ଜୋର୍ଡନ ସ୍ଥାନ ପାଇଛନ୍ତି।

- Advertisement -

ଅପରପକ୍ଷେ, ଏହି ସଫଳତା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ଵକୁ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଶଂସା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘‘ଏହି ସଫଳତା ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ, ଏବଂ ସେ ପୁଣି ଦ୍ୱିତୀୟ ଥର ପାଇଁ। ଏହା ଆରବିଆଇରେ ତାଙ୍କର ନେତୃତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ କାର୍ଯ୍ୟକୁ ମିଳିଥିବା ମାନ୍ୟତା।’’

 

 

 

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories