www.samajalive.in
Monday, December 8, 2025
14.1 C
Bhubaneswar

ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ ​କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍‌ ଗାଏବ

ନୂଆଦିଲ୍ଲୀ : ବଜାରରେ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି ଦୁଇ ହଜାର ଟଙ୍କିଆ ମୂଲ୍ୟର ନୋଟ୍। ଧୀରେ ଧୀରେ ବଜାରରୁ ଗାଏବ ହେବାରେ ଲାଗିଛି ଏହି ମୂଲ୍ୟର ନୋଟ୍। ମାତ୍ର ବର୍ଷକ ମଧ୍ୟରେ ବଜାରରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ​ନୋଟ୍‌ ଗାଏବ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏହାର ବାର୍ଷିକ ତଥ୍ୟାନୁଯାୟୀ, ୨୦୧୮-୧୯ରେ ବଜାରରେ ୬.୫ ଲକ୍ଷ ​କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ସର୍କୁଲେସନ୍‌ରେ ରହିଥିଲା। ତେବେ ୨୦୧୯-୨୦ରେ ସର୍କୁଲେସନ୍‌ରେ ରହିଥିବା ଏହି ​ନୋଟ୍‌ର ମୋଟ ମୂଲ୍ୟ ୫.୪ ଲକ୍ଷ ​କୋଟି ଟଙ୍କାକୁ ଖସିଆସିଛି। ସେହିଭଳି ୨୦୧୯-୨୦ରେ ବଜାରରେ ୧୦.୭ ଲକ୍ଷ ​କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ୍‌ ସର୍କୁଲେସନ୍‌ରେ ରହିଥିଲା। ତେବେ ୨୦୧୯-୨୦ ବେଳକୁ ସର୍କୁଲେସନ୍‌ରେ ରହିଥିବା ଏହି ନୋଟ୍‌ର ମୋଟ ମୂଲ୍ୟ ହଠାତ୍‌ ୧୪.୭ ଲକ୍ଷ ​‌େକ​‌ାଟି ଟଙ୍କାକୁ ବୃଦ୍ଧି ଘଟିଛି। ୨୦୧୯-୨୦ରେ କୌଣସି ୨୦୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ କରାଯାଇନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କର ନୋଟ୍‌ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଆର୍‌ବିଏନ୍‌ଏମ୍‌ପିଏଲ୍‌) ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍‌ ମିଣ୍ଟିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏସ୍‌ପିଏମ୍‌ସିଆଇଏଲ୍‌) ଦ୍ବାରା ମଧ୍ୟ ୨୦୦୦ ଟଙ୍କିଆ ନୋଟ୍‌ର ଯୋଗାଣ କରାଯାଇନାହିଁ। ବିଗତ କିଛି ବର୍ଷ ହେବ ଉଚ୍ଚ ମୂଲ୍ୟର ଏହି ୨୦୦୦ ଟଙ୍କିଆ ନୋଟ୍‌ର ସର୍କୁଲେସନ୍‌ କମିବାରେ ଲାଗିଛି। ସର୍କୁଲେସନ୍‌ରେ ରହିଥିବା ଏହି ୨୦୦୦ ଟଙ୍କିଆ ​ନୋଟ୍‌ ସଂଖ୍ୟା ୨୦୧୮ରେ ୩୩୬ କୋଟି ପିସ୍‌, ୨୦୧୯ରେ ୩୨୯ କୋଟି ପିସ୍‌ ଏବଂ ୨୦୨୦ରେ ଏହା ୨୭୩ କୋଟି ପିସ୍‌କୁ ଖସିଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୬ ନଭେମ୍ବରରେ କେନ୍ଦ୍ର ସରକାର ଦେଶରେ ବିମୁଦ୍ରାୟନ ଘୋଷଣା କରିବା ସମୟରେ ନୂଆ ୨୦୦୦ ଏବଂ ୫୦୦ ଟଙ୍କିଆ ​ନୋଟ୍‌ ସର୍କୁଲେସନ୍‌ରେ ଛାଡିଥିଲେ। ଦେଶରେ କଳା ଟଙ୍କା କାରବାର ଏବଂ ଜାଲ ନୋଟ୍‌ ରୋକିବା ଏହାର ମୁଖ୍ୟ ଉଦେଶ୍ୟ ଥିଲା। ତେବେ ନୂଆ ନୋଟ୍‌ ବଜାରକୁ ଛଡାଯିବା ସତ୍ତ୍ବେ ମଧ୍ୟ ବଜାରେ​‌ ଜାଲ ​‌କାରବାର ବୃଦ୍ଧି ପାଇଛି। ଉଦାହରଣ ସ୍ବରୂପ ୨୦୧୯ରେ ଗୁଜରାଟରେ ୨୦୦୦ ଟଙ୍କିଆ ନୋଟ୍‌ରୁ ୧୪,୪୯୪ ପିସ୍‌ ଏବଂ ୫୦୦ ଟଙ୍କିଆ ​ନୋଟ୍‌ରୁ ୫,୫୫୮ ପିସ୍‌ ଜାଲ ନୋଟ୍‌ ଧରାଯାଇଥିବା ଲୋକସଭାରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories