www.samajalive.in
Sunday, December 7, 2025
26.1 C
Bhubaneswar

କଙ୍ଗନାଙ୍କ ସପକ୍ଷରେ ବାହାରିଲେ ସାଂସଦ ରବି କିଶନ, କହିଲେ ଏପରି କଥା…

ମୁମ୍ବଇ: ସାରା ଦେଶରେ ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା ରାଣାୱତ୍‍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମୁମ୍ବଇରେ ଥିବା ତାଙ୍କ ଅଫିସ୍‍(ମଣିକର୍ଣ୍ଣିକା ଫିଲ୍ମସ୍‍)କୁ ବିଏମ୍‍ସି ବୁଧବାର ଭାଙ୍ଗିଦେବା ପରେ ଏହାକୁ ନେଇ କିଛି ଲୋକ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି ତ ଆଉ କିଛି ଲୋକ ତାଙ୍କ ବିରୋଧରେ ବୟାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଭିନେତାରୁ ନେତା ହୋଇଥିବା ଗୋରଖପୁରର ସଦର ସାଂସଦ ରବି କିଶନ୍‍ କଙ୍ଗନାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି।

ସେ କଙ୍ଗନାଙ୍କୁ ପ୍ରଶଂସା କରି କହିଛନ୍ତି, “ଯେଉଁ ସତ୍ୟତା ସହ କଙ୍ଗନା ନିଜ କଥା ପ୍ରକାଶ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ। କଙ୍ଗନା ରାଣାୱତ୍‍ ସତ୍ୟ ଆଡ଼କୁ ଗୋଟିଏ ପାଦ ବଢାଇଛନ୍ତି ଓ ଆମେ ତାଙ୍କ ସହିତ ଅଛୁ।”

- Advertisement -

ସେ ଆହୁରି କହିଛନ୍ତି, “ସମସ୍ତେ ଜାଣନ୍ତି ଯେ, ନିଜ ଘର ତିଆରି କରିବା ପାଇଁ ଜଣେ କଳାକାରକୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଯଦି ଆପଣ ମୁମ୍ବଇ ପରି ସହରରେ ଘରଟିଏ କରିବାକୁ ଚାହୁଁଛନ୍ତି, ତେବେ ଏହା ଆହୁରି କଷ୍ଟସାଧ୍ୟ ଏବଂ ଏହା କାହାକୁ ଅଛପା ନାହିଁ। କିନ୍ତୁ ରାଜନୈତିକ ହିଂସା କାରଣରୁ ମଣିକର୍ଣ୍ଣିକା କାର୍ଯ୍ୟାଳୟକୁ ଭାଙ୍ଗି ଦିଆଗଲା।”

ରବି କିଶନ କହିଛନ୍ତି, “କଙ୍ଗନା ରାଣାୱତଙ୍କ ବିଶ୍ୱାସ ଯୋଗୁ କେଉଁଠି ନା କେଉଁଠି ମୁମ୍ବଇ ରାଜ୍ୟ ସରକାରଙ୍କୁ ନିଜ ଯୋଗ୍ୟତା ଦୁର୍ବଳ ଅନୁଭୂତ ହେଉଥିବା ଜଣାପଡ଼ୁଛି। ଏଥିପାଇଁ ସେମାନେ କଙ୍ଗନାଙ୍କ ଘରକୁ ଭାଙ୍ଗିବାର ଷଡ଼ଯନ୍ତ୍ର କଲେ। ଏପରି କାର୍ଯ୍ୟ ଯେକୌଣସି କଳାକାରଙ୍କ ମନବଳ ଭାଙ୍ଗିବା ପାଇଁ ଯଥେଷ୍ଟ କିନ୍ତୁ କଙ୍ଗନା ଏପର୍ଯ୍ୟନ୍ତ ନିଜ ବୟାନରେ ଅଟ୍ଟଳ ରହିଛନ୍ତି, କାରଣ ସେ ସତ୍ୟ ସହିତ ଅଛନ୍ତି।”

ସେ କହିଛନ୍ତି, “ସତ୍ୟକୁ ବିଚଳିତ କରାଯାଇପାରେ କିନ୍ତୁ ପରାଜିତ କରାଯାଇପାରିବ ନାହିଁ। କଙ୍ଗନା ନିଜ ମନ୍ତବ୍ୟକୁ କେବେହେଲେ ଲୁଚାଇ ନାହାନ୍ତି ବରଂ ସ୍ପଷ୍ଟବାଦୀ ଭାବେ ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ମୁଁ ତାଙ୍କ ପାଦ ସହ ପାଦ ମିଶାଇ ଚାଲିବି କାରଣ ସେ ନିଜ ସତ୍ୟତାରେ ଅଟ୍ଟଳ ଅଛନ୍ତି।”

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories