www.samajalive.in
Friday, December 5, 2025
26.1 C
Bhubaneswar

କଙ୍ଗନାଙ୍କ ବିଜୟକୁ ହାଇକୋର୍ଟରେ ଚାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ସାଂସଦ ଭାବେ ନିର୍ବାଚିତ ଅଭିନେତ୍ରୀ କଙ୍ଗନା ରଣୌତଙ୍କ ବିଜୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି। ଏହା ପରେ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଜବାବ ରଖିବାକୁ କହିଛନ୍ତି।

ଆବେଦନକାରୀ ଲାୟକ ରାମ ନେଗୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ତାଙ୍କ ନାମାଙ୍କନପତ୍ରକୁ ଭୁଲକ୍ରମେ ନାକଚ କରିଦିଆଯାଇଥିଲା। ଏହା ଫଳରେ ସେ ନିର୍ବାଚନ ଲଢ଼ିପାରି ନ ଥିଲେ ଏବଂ ଫଳାଫଳ ପ୍ରଭାବିତ ହୋଇଥିଲା। ସେ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ ଫଳାଫଳ ଭିନ୍ନ ହୋଇଥାଆନ୍ତା। ନେଗୀ ହେଉଛନ୍ତି ବନ ବିଭାଗର ପୂର୍ବତନ କର୍ମଚାରୀ। ପ୍ରାର୍ଥିପତ୍ର ଦାଖଲ ବେଳେ ସେ ସମୟ ପୂର୍ବରୁ ଅବସର ନେଇସାରିଥିବା ଏବଂ ଏହାର ଏନଓସି ଦାଖଲ କରିଥିଲେ ହେଁ ରିଟର୍ନିଂ ଅଧିକାରୀ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, କଙ୍ଗନା ମଣ୍ଡି ଆସନରେ ୫ ଲକ୍ଷ ୩୭ ହଜାର ୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହ ୪ ଲକ୍ଷ ୬୨ ହଜାର ୨୬୭ ଖଣ୍ଡ ଭୋଟ ପାଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories