www.samajalive.in
Monday, December 15, 2025
26.1 C
Bhubaneswar

ଜୁଲାଇ ୨୯ରୁ ଜୀ-ସାର୍ଥକର ସମସ୍ତ ଧାରାବାହିକ କାହାଣୀରେ ଆସୁଛି ରୋମାଞ୍ଚକର ମୋଡ଼

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ଜୁଲାଇ ୨୯ରୁ ଓଡ଼ିଶାର ପ୍ରମୁଖ ମନୋରଞ୍ଜନ ଭିତ୍ତିକ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ସମସ୍ତ ମେଗା ଧାରାବାହିକର କାହାଣୀରେ ଆସୁଛି ନୂଆ ମୋଡ଼। ଯାହା ସମ୍ପୂର୍ଣ୍ଣ ରୂପେ କାହାଣୀକୁ ଏକ ଭିନ୍ନ ଏକ ଦିଗ ଦେବା ସହ ଆହୁରି ରୋମାଞ୍ଚକର କରିବ। ସମସ୍ତ ମେଗା ଧାରାବାହିକର ମୁଖ୍ୟ ଚରିତ୍ରଙ୍କ ଜୀବନରେ ଏମିତି କିଛି ନୂଆ ମୋଡ଼ ଆସୁଛି ଯାହା କାହାଣୀର ଡ଼ୋରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉଛି ।

ସନ୍ଧ୍ୟା ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ଧାରାବାହିକଗୁଡ଼ିକ ହେଉଛି ‘ସନ୍ଧ୍ୟା ରାଗିଣୀ’, ‘ମଧୁର ସଂସାର’, ‘ସୁନା ଝିଅ’, ‘ତୁମ ବିନା’, ‘ତୁ ଖରା ମୁଁ ଛାଇ’ ଓ ‘ଭାଗ୍ୟ ରେଖା’। ଏସବୁ କାହାଣୀରେ ଘଟିବ କିଛି ବଡ଼ ଘଟଣା, ଆସିବେ କିଛି ନୂଆ ଚରିତ୍ର ଓ ସମ୍ପର୍କରେ ଆସିବ ରୋମାଞ୍ଚକର ମୋଡ, ଯାହାକୁ ନେଇ କାହାଣୀ ଦ୍ରୁତ ଭାବରେ ଗତିଶୀଳ ହେବା ସହ ଦର୍ଶକଙ୍କୁ ବାନ୍ଧି ରଖିବ।

- Advertisement -

ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟୁଛି । ଏବେ କାହାଣୀରେ ରାଗିଣୀ ଓ ସଂଗୀତଙ୍କ ମନ ସହ ମନର ମିଳନ ହେବାକୁ ଯାଉଛି ଓ ଅନ୍ୟପଟେ ସନ୍ଧ୍ୟାର ହକି ଖେଳିବାର ସ୍ବପ୍ନ ସତ ହେବାକୁ ଯାଉଛି । ‘ମଧୁର ସଂସାର’ରେ ଦେଖିପାରିବେ ମଧୁ କିପରି ପ୍ରତିକୂଳ ପରିସ୍ଥିତିରେ ତାର ଶାଶୁ ଓ ପରିବାରର ଅନ୍ୟ ସଦସ୍ୟଙ୍କ ହାତ ଧରି ସଂସାର ରଥକୁ ଆଗକୁ ନେଉଛି । ସେପଟେ ‘ସୁନା ଝିଅ’ରେ ପ୍ରିୟା, ବିଷ୍ଣୁଙ୍କ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା, ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଦେଖିବେ କେମିତି ସମୟ ଭଉଁରୀରୁ ବିଷ୍ଣୁ ପ୍ରିୟାକୁ ଆଣୁଛି ନିଜ ପରିବାର ପାଖକୁ ଯାହା କାହାଣୀରେ ଆଣିଛି ଏକ ଅନନ୍ୟ ପରିବର୍ତ୍ତନ। ମେଗା ଧାରାବାହିକ ‘ତୁମ ବିନା’ରେ ଦେଖିବେ ବିଧାତା କେମିତି ଅକ୍ଷୟ ଆଉ ଲକ୍ଷ୍ମୀଙ୍କୁ ପାଖକୁ ଆଣି ତାଙ୍କ ପ୍ରେମ କାହାଣୀ ଆଗକୁ ବଢ଼ାଉଛି। ‘ତୁ ଖରା ମୁଁ ଛାଇ’ ରେ ଏବେ ଧରାପଡିବ ସବୁ ସତ ମିଛ ଆଉ କାହାଣୀରେ ଯୋଡି ହୋଇଥିବା ନୂଆ ଚେହେରା କେମିତି କାହାଣୀକୁ ରୋଚକ ମୋଡ଼କୁ ନେଉଛନ୍ତି ।  “ଭାଗ୍ୟରେଖା” ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ । ଜୀବନର ଦୋଛକିରେ ଭାଗ୍ୟ ଓ ରେଖାଙ୍କ ଭାଗ୍ୟରେଖା କେମିତି ସେମାନଙ୍କ ପ୍ରେମ କାହାଣୀ କୁ ଆଗକୁ ବଢ଼ାଉଛି ଓ ଆଗକୁ ଆସିଥିବା ଆକସ୍ମିକ ବିପଦକୁ ଦୁଇଜଣ କିପରି ସାମନା କରୁଛନ୍ତି ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ କହିଛନ୍ତି, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରିଥାଏ । ଆସନ୍ତା ଦିନରେ ସମସ୍ତ ୬ଟି ଲୋକପ୍ରିୟ ମେଗା ଧାରାବାହିକର କାହାଣୀରେ କିଛି ନୂଆ ମୋଡ, କିଛି ନୂଆ ଚେହେରା ସହ ଦର୍ଶକ କାହାଣୀର ଅଗ୍ରଗତି ପରିଲିକ୍ଷିତ କରିପାରିବେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories