www.samajalive.in
Saturday, December 6, 2025
15.1 C
Bhubaneswar

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ମହିଳା କନଷ୍ଟେବଳଙ୍କୁ ୮ ଲକ୍ଷ ଟଙ୍କା ପୁରସ୍କାର ଦେବ ଖଲିସ୍ତାନୀ ଆତଙ୍କୀ

ସମାଜ ଡିଜିଟାଲ ଡେସ୍କ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନବନିର୍ବାଚିତ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ମହିଳା କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ସମର୍ଥନ କରିଛି ଆତଙ୍କବାଦୀ ପନ୍ନୁ। ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରି ସିଆଇଏସ୍ଏଫ୍ କନଷ୍ଟେବଳଙ୍କୁ ପ୍ରଶଂସା କରିଛି। ପନ୍ନୁ କହିଛି ଯେ, ‘‘କଙ୍ଗନାଙ୍କୁ ଚାପୁଡ଼ା ମାରିଥିବାରୁ ମୁଁ ବହୁତ ଖୁସି ଏବଂ ଏଥିପାଇଁ ମୁଁ ମହିଳା କନଷ୍ଟେବଳଙ୍କୁ ୧୦,୦୦୦ ଡଲାର (ଭାରତୀୟ ମୁଦ୍ରାରେ ୮ ଲକ୍ଷ ଟଙ୍କା) ପୁରସ୍କାର ଦେବାକୁ ଘୋଷଣା କରୁଛି। ପନ୍ନୁ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପୁଣି ଥରେ ଅଶାଳୀନ ଭାଷା ବ୍ୟବହାର କରିଛି।

- Advertisement -

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ କୁଲବିନ୍ଦର କୌର ନାମ୍ନୀ ମହିଳା ସିଆଇଏସଏଫ ସୁରକ୍ଷା କର୍ମୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ କଙ୍ଗନା ସୁରକ୍ଷା କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କୁହାଯାଉଛି ଯେ, କୃଷକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ କୁଲବିନ୍ଦର କୌର ତାଙ୍କ ଉପରେ ରାଗିଥିଲେ। କଙ୍ଗନା ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ପାଇଁ ଶହୀଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିକ୍ୟୁରିଟି ଯାଞ୍ଚ ପାଇଁ ଯାଇଥିବାବେଳେ ସିଆଇଏସଏଫ କର୍ମୀ କୁଲବିନ୍ଦର ତାଙ୍କୁ କହିଥିଲେ ଯେ, ମାଡାମ୍‌ ଆପଣ ବିଜେପିରୁ ଜିତିଛନ୍ତି। ଆପଣଙ୍କ ଦଳ କୃଷକମାନଙ୍କ ପାଇଁ କାହିଁକି କିଛି କରୁନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିଆଇଏସଏଫ ଗାର୍ଡ଼ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ଘଟଣା ପରେ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories