www.samajalive.in
Sunday, December 7, 2025
15.1 C
Bhubaneswar

ଆପଣ ଖାଉଛନ୍ତି କି ଏମିତି ପିଆଜ ; ଜାଣନ୍ତୁ ହେବ କି କି କ୍ଷତି..

ପ୍ରତ୍ୟେକଙ୍କ ଘରେ ପିଆଜ ବ୍ୟବହାର କରାଯାଏ। ଅଧିକାଂଶ ବ୍ୟଞ୍ଜନରେ ପିଆଜ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ସାଲାଡରେ ମଧ୍ୟ ପିଆଜ ବ୍ୟବହାର କରାଯାଏ। କଞ୍ଚା ପିଆଜ ଖାଆନ୍ତୁ କିମ୍ବା ତରକାରୀରେ ବ୍ୟବହାର ହୋଇଥିବା ପିଆଜ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯେପରି ପୋଟାସିୟମ, ସୋଡିୟମ, ଭିଟାମିନ୍ ସି, ବି୬, ଡି, କ୍ୟାଲସିୟମ, ମେଗ୍ନେସିୟମ, ଆଇରନ ଆଦି ରହିଛି। ତେବେ ଅନେକ ସମୟରେ ପିଆଜ କାଟିବା ସମୟରେ ନିଶ୍ଚୟ ଧ୍ୟାନ ଦେଇଥିବେ ପିଆଜର ଉପରିଭାଗ ଓ ପ୍ରଥମ ଭାଗ ଚୋପା କାଢିବା ପରେ ଏଥିରେ କିଛି କଳା କଳା ଦାଗ ନଜର ଆସିଥାଏ। କିଛି ଲୋକେ ଏହି ଅଂଶକୁ କାଟି ଫିଙ୍ଗି ଦେଇ ଥାଆନ୍ତି। କିଛି ଲୋକେ ଏହାକୁ ପାଣିରେ ଧୋଇ ବ୍ୟବହାର କରନ୍ତି। ତେବେ ଜାଣନ୍ତି କି ପିଆଜରେ ଥିବା ଏହି କଳା କଳା ଦାଗ କ’ଣ? ଏହାର ସେବନ ଦ୍ୱାରା ଶରୀରର କି କି କ୍ଷତି ହୋଇଥାଏ।

କଞ୍ଚା ପିଆଜ ଖାଇବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ବୃଦ୍ଧି ହୋଇଥାଏ। ପୋଟାସିୟମ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖିଥାଏ। କୋଲେଷ୍ଟେରୋଲ୍ ସମସ୍ୟାକୁ ଦୂରେଇ ରଖିଥାଏ। ବିଭିନ୍ନ କର୍କଟ ରୋଗର ସମ୍ଭାବନା କମ୍ କରିଥାଏ।

ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..

- Advertisement -

ପିଆଜ କାଟିବା ସମୟରେ ଏହାର ଚୋପା କାଢିବା ପରେ ନିଶ୍ଚୟ କେତେକ ସମୟରେ ଏଥିରେ କଳା କଳା ଦାଗ ଦେଖିଥିବେ। ଏଭଳି ପିଆଜ ଖାଉଥିଲେ, ଏହି ଅଭ୍ୟାସକୁ ନିଶ୍ଚୟ ବଦଳାଇ ଦିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିବା ସହ ଫଙ୍ଗଲ୍ ସଂକ୍ରମଣର କାରଣ ମଧ୍ୟ ପାଲଟିଥାଏ।

ଏହି କଳା ଦାଗ ଏକ ପ୍ରକାର କବକ ବୋଲି କୁହାଯାଏ। ଏହି ଅଂଶକୁ ସମ୍ପୂର୍ଣ୍ଣ କାଟି ଫିଙ୍ଗି ଦେବା ପରେ ପିଆଜ ସେବନ କରିବା ଅଧିକ କ୍ଷତିକାରକ ନୁହେଁ। ମାତ୍ର ଯେଉଁମାନଙ୍କର ପୂର୍ବରୁ ହିଁ ଏଲର୍ଜି ରହିଛି, ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ପିଆଜ କିଣିବା ସମୟରେ ନିଶ୍ଚୟ ଧ୍ୟାନ ଦେବେ।

ଦେଖନ୍ତୁ ଭିଡିଓ ; ୩ ସିଂହୀକୁ ଡରାଇଲା ଗୋଟିଏ ନେଉଳ..

ପିଆଜକୁ କଦାପି ଫ୍ରିଜରେ ରଖନ୍ତୁ ନାହିଁ। ପିଆଜ ଫ୍ରିଜରେ ରଖିବା ପରେ ଏଥିରେ ସେହି କଳା ଦାଗ ହେଲେ ଅନ୍ୟ ଖାଦ୍ୟ ଜିନିଷ ଉପରେ ଏହା କୁପ୍ରଭାବ ପକାଇଥାଏ।

ଏହି କଳାଦାଗ ଥିବା ପିଆଜ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ବାନ୍ତି, ବ୍ୟସ୍ତତା ଅନୁଭବ, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ।
ଯଦି ପିଆଜର କେବଳ ଉପରଭାଗ କଳା ହୋଇଛି, ଏହାର ଚୋପା କାଢି ଫିଙ୍ଗି ଦିଅନ୍ତୁ। ମାତ୍ର ଭିତର ଅଂଶ କଳା ହୋଇଥିଲେ। ଧୋଇ କରି ମଧ୍ୟ ଖାଆନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories