www.samajalive.in
Saturday, December 6, 2025
15.1 C
Bhubaneswar

ରାତି ଅଧରେ ଦୌଡ଼ାଇ ଦୌଡ଼ାଇ ନାବାଳକର ଚୋରି ନିଶା ଛଡ଼ାଇଲେ ଜିମ୍‌‌ ମାଲିକ, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ଚୋରି କରିବା ପାଇଁ ଜିମ୍‌‌ରେ ପଶିଥିଲେ। ହେଲେ ଧରାପଡ଼ିବା ପରେ ନୟାନ୍ତ ହେଲେ। ଜିମ୍‌‌ ମାଲିକ ଚୋରକୁ ଧରିବା ସହିତ ଦଣ୍ଡିତ କରିଛନ୍ତି। ଦଣ୍ଡ ସ୍ୱରୂପ ଅଭିଯୁକ୍ତ ନାବାଳକକୁ ଟ୍ରେଡ୍‌‌ ମିଲ୍‌‌ରେ ତୀବ୍ର ବେଗରେ ଦୌଡ଼ାଇଛନ୍ତି। ଦୌଡ଼ାଇ ଦୌଡ଼ାଇ ନାବାଳକର ରାତି ଅଧରେ ଚୋରି ନିଶା ଛଡ଼ାଇଛନ୍ତି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଦତିୟା ସହରରେ।

କୋତୱାଲି ଥାନା ଅନ୍ତର୍ଗତ ସୀତା ସାଗର ନିକଟରେ ଏକ ଜିମ ରହିଛି। ଗତ ରାତିରେ ଜଣେ ନାବାଳକ ଚୋରି କରିବା ଉଦ୍ଦେଶ୍ୟରେ ଜିମ୍‌‌ରେ ପଶିଥିଲା। ଘରେ ଶୋଇଥିବା ଜିମ ମାଲିକଙ୍କର ରାତି ଅଧରେ ହଠାତ ନିଦ ଭାଙ୍ଗିଥିଲା। ସେ ନିଜ ମୋବାଇଲ ଖୋଲି ଜିମରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲେ। ଏହି ସମୟରେ ଜିମ ଭିତରେ କେହି ଜଣେ ପଶିଥିବାର ଦେଖି ସେ ତୁରନ୍ତ ଘରୁ ଜିମ୍‌‌କୁ ଆସିଥିଲେ।

- Advertisement -

ଜିମ୍‌‌ ଖୋଲି ନାବାଳକଙ୍କୁ ମାଲିକ ଜଣକ ଧରିଥିଲେ। ଏହା ପରେ ତା’କୁ ଟ୍ରେଡ୍‌‌ ମିଲରେ ଅଧରାତିରେ ଦୌଡ଼ାଇଥିଲେ। ଟ୍ରେଡ୍‌‌ ମିଲ୍‌‌ର ବେଗ ବଢ଼଼ାଇ ତା’କୁ ଦୌଡ଼ାଇଥିଲେ। ନାବାଳକ ଜଣକ ଧଇଁସଇଁ ହୋଇଯିବା ସହ ଜୀବନରେ ଏଭଳି ଭୁଲ କରିବେ ନାହିଁ ବୋଲି କହିବାରୁ ମାଲିକ ଟ୍ରେଡ୍‌‌ ମିଲ୍‌‌ ବନ୍ଦ କରିଥିଲେ। ଏହା ପରେ ସକାଳେ ନାବାଳକକୁ ପୁଲିସ ଜିମା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories