www.samajalive.in
Saturday, December 6, 2025
16.1 C
Bhubaneswar

ଫିଲ୍ମ ‘ଏମରଜେନ୍ସି’ରେ ହେବ ପରିବର୍ତ୍ତନ; ରାଜି ହେଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ବିବାଦୀୟ ଫିଲ୍ମ ‘ଏମରଜେନ୍ସି’ ରିଲିଜ ଉପରେ ଆଜି ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସିବିଏଫସି କୋର୍ଟଙ୍କୁ କହିଛନ୍ତି ଫିଲ୍ମରେ ପରିବର୍ତ୍ତନ ପାଇଁ ପ୍ରଯୋଜକ-ନିର୍ଦ୍ଦେଶକ ତଥା ମେନ୍‌‌ ରୋଲରେ ନଜର ଆସିଥିବା ଅଭିନେତ୍ରୀ କଙ୍ଗନା ରାଣାୱାତ କିଛି ଦୃଶ୍ୟ କାଟିବା ପାଇଁ ସହମତି ପ୍ରକାଶ କରିଛନ୍ତି। ସେନ୍ସର ବୋର୍ଡର ସଂଶୋଧନ କମିଟି ଦ୍ୱାରା ଫିଲ୍ମର କିଛି ଦୃଶ୍ୟ କାଟିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଜଷ୍ଟିସ୍‌‌ ବର୍ଗିସ୍‌‌ କୋଲାବାୱାଲା ଏବଂ ଜଷ୍ଟିସ୍‌‌ ଫିରଦୋସ ପୁନିୱାଲା ଏହି ମାମଲାର ଶୁଣାଣି କରିଛନ୍ତି। ଓକିଲ ଶରଣ ଜଗତିୟାନୀ କହିଛନ୍ତି କହିଛନ୍ତି ଯେ ସିବିଏଫସି ଏବେ ସେନ୍ସର ବୋର୍ଡର ସଂଶୋଧନ କମିଟି ଦେଇଥିବା ପରାମର୍ଶ ଉପରେ ଜବାବ ଦେବ। ସେହି ଅନୁଯାୟୀ ଫିଲ୍ମର କିଛି ଦୃଶ୍ୟ କାଟି ଦିଆଯିବ। ଏମରଜେନ୍ସି ଫିଲ୍ମର କିଛି ଦୃଶ୍ୟ କାଟିବା ପରେ ଫିଲ୍ମ ରିଲିଜ ହେବ ବୋଲି ପୂର୍ବରୁ କୁହାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ରେ ହେବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories