www.samajalive.in
Saturday, December 6, 2025
23.1 C
Bhubaneswar

ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ବିଏସଏନଏଲ ଏକ ଜବରଦସ୍ତ ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଏହାକୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ବୋଲି କୁହାଯାଉଛି । ଏହି ପ୍ଲାନ୍‌ ଲଞ୍ଚ ହେବା ପରେ ଜିଓ ଓ ଏୟାରଟେଲ୍‌ର ଚିନ୍ତା ବଢି ଯାଇଥିବା ଆଲୋଚନା ହେଉଛି । ଜିଓ ଓ ଏୟାରଟେଲ୍‌ ପକ୍ଷରୁ ୩୪୫ ଟଙ୍କାରେ ୩୦ ଦିନ ପର୍ଯ୍ୟନ୍ତ ୧ ଜିବି ଡାଟା ସହ ଆସୁଛି । ମାତ୍ର ବିଏସଏନଏଲ ପକ୍ଷରୁ ୩୪୫ ଟଙ୍କାରେ ୬୦ ଦିନ ପର୍ଯ୍ୟନ୍ତ ଦୈନିକ ୧ ଜିବି ଡାଟା ଅଫର୍‌ ଦିଆଯାଉଛି।

ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ନିକଟରେ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଥିବା ବେଳେ ବିଏସଏନଏଲ ଏହି ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ବିଏସଏନଏଲ ନୂଆ ରିଚାର୍ଜ ପ୍ଲାନ ୪୦୦ ଟଙ୍କାରୁ କମ୍‌ ଦାମ୍‌ରେ ଆସୁଛି । ମାଗଣା କଲିଙ୍ଗ୍‌, ଡାଟା ଓ ମେସେଜ୍‌ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି।

ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌!

- Advertisement -

ଏହି ପ୍ଲାନ୍‌ରେ ୬୦ ଦିନ ସମୟ ସୀମା ପର୍ଯ୍ୟନ୍ତ ସମସ୍ତ ସୁବିଧା ମିଳିବ । ନିୟମିତ ୧୦୦ ଏସଏମଏସ, କଲିଙ୍ଗ୍‌ ସହ ଦୈନିକ ୧ ଜିବି ଡାଟା ମିଳିବ।

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

ଜିଓ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ଜୁଲାଇ ୨୦୨୪ରେ ବିଏସଏନଏଲ ସହ ୨୯.୪ ଲକ୍ଷ ନୂଆ ଉପଭୋକ୍ତା ଯୋଡି ହୋଇଛନ୍ତି । ଜୁଲାଇ ପରେ ଜିଓର ୭,୫୦,୦୦୦ ଉପଭୋକ୍ତା ଓ ଏୟାରଟେଲ୍‌ର ୧୬.୯ ଲକ୍ଷ ବ୍ୟବହାରକାରୀ ମୁହଁ ଫେରାଇ ନେଇଥିବା ଜଣାପଡିଛି । ବିଏସଏନଏଲ ଲଗାତାର ନିଜର ନେଟୱର୍କକୁ ଉନ୍ନତ କରିବା ସହ ୪ଜି ଓ ୫ଜି ନେଟୱର୍କ ବଢାଇବାକୁ କାମ ଜାରି ରଖିଛି।

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories