www.samajalive.in
Sunday, December 14, 2025
26.1 C
Bhubaneswar

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

ଅକ୍ଟୋବର ମାସରେ ୪ ଗ୍ରହ ସୂର୍ଯ୍ୟ, ବୁଧ, ଶୁକ୍ର ଓ ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ପ୍ରଥମେ ବୁଧ ଗ୍ରହ ୧୦ ଅକ୍ଟୋବରରେ ସକାଳ ୧୧ଟା ୨୫ରେ ତୁଳା ରାଶିରେ ଚଳନ କରିବେ । ଶୁକ୍ର ୧୩ ଅକ୍ଟୋବରରେ ସକାଳ ୬ଟା ୮ ମିନିଟରେ ବିଛା ରାଶିରେ ଚଳନ କରିବେ । ଏହାର ୩ ଦିନ ପରେ ୧୭ ଅକ୍ଟୋବରରେ ସକାଳ ୭ଟା ୫୨ ମିନିଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ। ଶେଷରେ ଗ୍ରହଙ୍କ ସେନାପତି ମଙ୍ଗଳ ୨୦ ଅକ୍ଟୋବରରେ ଦିନ ୨ଟା ୪୫ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ । ୯ ଅକ୍ଟୋବରରେ ଦିନ ୧୨ଟା ୩୩ରେ ଗୁରୁ ଗ୍ରହ ବକ୍ରି ହେବେ । ୪ ବଡ ଗ୍ରହଙ୍କ ରାଶି ପରିବର୍ତ୍ତନ ପରେ କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..

ମେଷ – ଅକ୍ଟୋବର ମାସରେ ୪ ଗ୍ରହଙ୍କ ଚଳନ ଫଳରେ ଶୁଭଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ର ଦୃଷ୍ଟିରୁ ଏହି ମାସରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ପଦନ୍ନୋତି ସହ ବଡ ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଯଶ ଓ ମାନ-ସମ୍ମାନ ବୃଦ୍ଧି ହେବ।

- Advertisement -

ମିଥୁନ – ଶୁକ୍ରଙ୍କ ଶୁଭ ପ୍ରଭାବ କାରଣରୁ ଜୀବନରେ ସୁଖସମୃଦ୍ଧି ଓ ସୁବିଧା ବୃଦ୍ଧି ପାଇବ । ଧନ ଲାଭ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ଶୁକ୍ରଙ୍କ ସହ ଜଡିତ ଜିନିଷ ଦାନ କରି ପାରିବେ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ହଠାତ୍‌ ଧନ ଲାଭ ହେବ । ମାଲାମାଲ୍‌ ହେବେ । କର୍ମକ୍ଷେତ୍ରରେ ଏକ ବଡ ସଫଳତା ହାସଲ କରିବେ । ଦରମା ବୃଦ୍ଧି ସହ ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆମଦାନୀରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । କରଜରୁ ମୁକ୍ତି ମିଳିବ । କାମରେ ସଫଳତା ମିଳିବ।

ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories