www.samajalive.in
Sunday, December 7, 2025
26.1 C
Bhubaneswar

ମା’ ଆସୁଛନ୍ତି; ଝାରପଡାରେ ଝଲସିବ ଇମ୍ପେରିଆଲ ପ୍ୟାଲେସ୍‌‌ ତୋରଣ

ଭୁବନେଶ୍ୱର: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଚଳିତ ଥର ୧୪ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏଥର ପୂଜାରେ ଝଲସିବ ଇମ୍ପେରିଆଲ୍‌‌ ପ୍ୟାଲେସ୍‌‌ ତୋରଣ। ଏହାର ଉଚ୍ଚତା ୮୫ଫୁଟ ଓ ଚଉଡା ୧୫୦ଫୁଟ ରହିଥିବା ପୂଜା କମିଟିର ସଦସ୍ୟମାନେ କହିଛନ୍ତି। ପଶ୍ଚିମବଙ୍ଗର କାରିଗର ସ୍ୱପନ ମାନାଙ୍କ ସହ ୫୦ଜଣ ସହଯୋଗୀ ଦେଢ ମାସ ଧରି ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି। କାରିଗର ମାନସ ରଞ୍ଜନ ବେହେରାଙ୍କ ଦ୍ୱାରା ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ୧୨ଫୁଟ ଉଚ୍ଚରେ ନିର୍ମାଣ ଚାଲିଥିବା ବେଳେ କଟକର କାରିଗର ଭଗବାନ ବେହେରାଙ୍କ ଦ୍ୱାରା ୨୦ଫୁଟ ଉଚ୍ଚତାର ମେଢ ନିର୍ମାଣ କରାଯାଉଛି। ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ମା’ ଦୁର୍ଗା ଓ ପାଶ୍ୱର୍ ଦେବାଦେବୀଙ୍କୁ ରୂପା ଅଳଙ୍କାର ସଜ୍ଜିତ କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠିତ ହେବ। ଦଶମୀ ତିଥି ସନ୍ଧ୍ୟା ୭ଟାରେ ଦୋଳ ମେଳଣ ପଡ଼ିଆରେ ୪୦ଫୁଟ ଉଚ୍ଚତାର ରାବଣ ପୋଡି ସାଙ୍ଗକୁ ବିଭିନ୍ନ ପ୍ରକାର ଆତଦବାଜି କାର୍ଯ୍ୟକ୍ରମ କରାଯିବ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହାସହିଚତ କମିଶନରେଟ ପୁଲିସ ସହାୟତାରେ ପୂଜା କମିଟିର ୩ଶହ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ବ୍ୟବସ୍ଥା ଉପରେ ନଜର ରଖିବ ୨୦ଟି ସିସିଟିଭି କ୍ୟାମେରା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories