www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

ନୂଆଦିଲ୍ଲୀ : ଜଙ୍ଗଲ ରାସ୍ତାରେ ଯାନବାହନରେ ଯାଉଥିବା ସମୟରେ ଅଧିକ ଧ୍ୟାନ ଓ ସାବଧାନତା ଅବଲମ୍ବନ କରିବା ଉଚିତ୍‌ । କାରଣ ହଠାତ୍‌ ଜଙ୍ଗଲୀ ଜନ୍ତୁ ସାମ୍ନାକୁ ଆସି ଯିବାର ସମ୍ଭାବନା ଥାଏ । ବନ ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ଚେତାବନୀ ଦେବା ସହ ବୋର୍ଡ ଲଗାଇ ଥାଆନ୍ତି । ତେଣୁ ଜୀବଜନ୍ତୁଙ୍କୁ ଅଣଦେଖା କରିବା ସହ ଏଥିପ୍ରତି ଧ୍ୟାନ ନଦେଲେ ଜୀବନ ବିପଦରେ ପଡିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଏକ ଜଙ୍ଗଲ ରାସ୍ତାର ବୋଲି ଜଣାପଡୁଛି । ମାତ୍ର କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ।

- Advertisement -

ଭିଡିଓରେ ଦେଖିପାରିବେ, ରାସ୍ତାରେ ଜଣେ ଅଟୋ ଚାଳକ ଅଟୋ ନେଇ ଯାଉଛନ୍ତି । ଠିକ୍‌ ସେହି ସମୟରେ ଅଟୋର ସାମ୍ନାରେ ଗୋଟିଏ ହାତୀ ରାସ୍ତାରେ ଚାଲି କରି ଯାଉଛି । ଅଟୋ ଚାଳକ ହାତୀକୁ ଦେଖି ଅଟୋକୁ ରାସ୍ତା କଡରେ ରଖିଲେ ନାହିଁ କି ଅଟୋରୁ ବାହାରକୁ ଆସିଲେ ନାହିଁ । ଚାଳକ ଜଣକ ହାତୀର ଖୁବ୍‌ ନିକଟରୁ ହିଁ ଯାଉଛନ୍ତି।

ହାତୀର ଅତି ନିକଟରୁ ଯିବା ସମୟରେ ଚାଳକ ଅଟୋ ଉପରୁ ନିୟନ୍ତ୍ରଣ ହରାଉଛନ୍ତି । ହାତୀ ନିକଟରେ ହିଁ ଅଟୋଟି ଓଲଟି ଯାଉଛି । ଅଟୋ ଓଲଟିବାକୁ ଆରମ୍ଭ କରିବା ମାତ୍ରେ ଲୋକେ ଅଟୋରୁ ବାହାରି ଏଣେତେଣେ ଦୌଡୁଛନ୍ତି । ସୌଭାଗ୍ୟବଶତଃ କୌଣସି ଜୀବନହାନୀ ହୋଇ ନାହିଁ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories