www.samajalive.in
Saturday, December 6, 2025
19.1 C
Bhubaneswar

୨ୟ ଟେଷ୍ଟ: ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ

ସମାଜ ଡିଜିଟାଲ ଡେସ୍କ: ବର୍ଷା ବାଧାପ୍ରାପ୍ତ ୨ୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଖେଳର ୪ର୍ଥ ଦିନ ପ୍ରଥମ ସେସନ ସୁଦ୍ଧା ଭ୍ରମଣକାରୀ ଦଳ ୫ ଉଇକେଟ ବିନିମୟରେ ୧୪୯ ରନ ସଂଗ୍ରହ କରିଛି। ମୋମିନୁଲ ହେକ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳର ସ୍ଥିତି ସାମାନ୍ୟ ମଜଭୁତ ହୋଇଛି। ମୋମିନୁଲ ୭୨ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି।

୨ୟ ଟେଷ୍ଟ ମ୍ୟାଚରେ ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ଯୋଗୁ ନିୟମିତ ଖେଳ ହୋଇପାରି ନ ଥିଲା। ବାଂଲାଦେଶ ଦଳ ୨୯ ରନରେ ୨ଟି ଉଇକେଟ ହରାଇ ଅଡୁଆରେ ପଡ଼ିଥିଲା। ଏହା ପରେ ମୋମିନୁଲ ଏବଂ ଜନମୁଲ ସାଣ୍ଟୋ ଦଳକୁ ଆଗେଇ ନେଇଥିଲେ। ହେଲେ ମୋମିନୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୀର୍ଘ ସମୟ ରହିପାରି ନ ଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଆକାଶ ଦୀପ ୨ଟି ଉଇକେଟ ନେଇଥିବାବେଳେ ବୁମରା, ଶିରାଜ ଏବଂ ଅଶ୍ଵିନୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories