www.samajalive.in
Saturday, December 6, 2025
16.1 C
Bhubaneswar

ନେପାଳରେ ବର୍ଷା ବିତ୍ପାତ, ୧୧୨ ମୃତ

କାଠମାଣ୍ଡୁ : ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୧୨ ଜଣ ପ୍ରାଣ ହରାଇଥିବାବେଳେ ୬୪ ଜଣ ନିଖୋଜ ଥିବା କୁହାଯାଇଛିି। ଗତ ଶୁକ୍ରବାରଠାରୁ ନେପାଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଗତ ୫୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଗତ ଚବିଶ ଘଣ୍ଟା ମଧ୍ୟ​‌ରେ ରାଜଧାନୀ କାଠମାଣ୍ଡୁରେ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ନେପାଳର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଗମତି ଓ ଏହାର ଶାଖା ନଦୀଗୁଡିକର ଜଳ କୂଳ ଲଂଘିଥିବାରୁ ଶତାଧିକ ବାସଗୃହ ଜଳମଗ୍ନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ରବିବାର ସକାଳ ସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ହଜାର ଯବାନଙ୍କ ସମେତ ହେଲିକପ୍ଟର ଓ ମୋଟର ବୋଟ୍‌କୁ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ରାଜପଥଗୁଡିକ ଅବରୁଦ୍ଧ ହୋଇପଡିଛି। ଶୁକ୍ରବାର ସନ୍ଧ୍ୟାରୁ କାଠମାଣ୍ଡୁ ବିମାନବନ୍ଦରରୁ ୧୫୦ଟି ବିମାନର ଉଡାଣକୁ ବାତିଲ କରାଯାଇଥିଲା। ତେବେ ରବିବାର ସ୍ଥିତିରେ ଉନ୍ନତି ଘଟିବାରୁ ବିମାନସେବା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ଥିତିରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ଅଗ୍ରସର ନ ହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories