www.samajalive.in
Saturday, December 6, 2025
15.1 C
Bhubaneswar

ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖାଯାଉ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସହିତ ଈଶ୍ଵର ସବୁଠୁ ଊର୍ଦ୍ଧ୍ବରେ। ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ବିଚାରପତି ବି.ଆର. ଗଭଇ କହିଥିଲେ, ଏସଆଇଟି ତଦନ୍ତ ସରିନାହିଁ। ଟିମ ତଦନ୍ତ ରିପୋର୍ଟ ଦେଇନାହିଁ। ତା’ ପୂର୍ବରୁ ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା। ଲଡୁରେ ଯେଉଁ ଘିଅ ବ୍ୟବହାର କରାଯାଉଥିଲା ସେଥିରେ ଚର୍ବି ଥିବା ଅଭିଯୋଗ ହୋଇଛି। ଏହି ଚର୍ବି ବା ଫ୍ୟାଟ୍‌ ସୋୟାବିନର ବି ହୋଇପାରେ। ଚର୍ବି ଅର୍ଥ ନୁହେଁ ଯେ କେବଳ ମାଛ ତେଲରୁ ଚର୍ବି ବାହାରିଥାଏ ଏବଂ ଚର୍ବି କେବଳ ପଶୁଙ୍କଠାରେ ରହିଥାଏ। ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଈଶ୍ଵରଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି ବିଚାରପତି କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories