www.samajalive.in
Sunday, December 14, 2025
19.1 C
Bhubaneswar

ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଉଚ୍ଚ ତକିଆରେ ଶୋଇବା..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ୭ ରୁ ୮ ଘଣ୍ଟା ଶୋଇବା ନିତାନ୍ତ ଜରୁରୀ। ଏହାଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଦିନଯାକ ସତେଜ ଅନୁଭବ କରିବେ। ମାତ୍ର ଶୋଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ତା’ମଧ୍ୟରୁ ଗୋଟିଏ ହେଉଛି ତକିଆ । ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ତକିଆ ବ୍ୟବହାର କରନ୍ତି । କିଛି ଲୋକେ ନରମ ତ କିଛି ଅଧିକ ଉଚ୍ଚତା ବିଶିଷ୍ଟ ତକିଆ ବ୍ୟବହାର କରନ୍ତି । ତେବେ ଏଭଳି ତକିଆ ବ୍ୟବହାର କଲେ ସ୍ୱାସ୍ଥ୍ୟ ଜନିତ କି କି ସମସ୍ୟା ସୃଷ୍ଟି ହୁଏ ଜାଣି ରଖନ୍ତୁ..
ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ବେକ ଓ ମେରୁଦଣ୍ଡରେ ଯନ୍ତ୍ରଣା ହୋଇଥାଏ । ହାଡ ଉପରେ କୁପ୍ରଭାବ ପଡିଥାଏ । ବେକ ଓ ପିଠିରେ ଯନ୍ତ୍ରଣା ଲାଗି ରହିଥାଏ।

ଅକ୍ଟୋବରରେ ଦୁର୍ଲ୍ଲଭ ଯୋଗ ; ୪ ରାଶିଙ୍କୁ ଭାଗ୍ୟଶାଳୀ କରିବ ଏହି ୪ ଗ୍ରହଙ୍କ ଚଳନ, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ ସହ ସଫଳତା..

- Advertisement -

ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ତକିଆ କାରଣରୁ ବିଶେଷ କରି ଶୋଇବା ସମୟରେ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହୋଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ବେକ,କାନ୍ଧରେ ଯନ୍ତ୍ରଣା ହେବା ସହ ଏହି ତକିଆ କାରଣରୁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ । ଶରୀରରେ ଯନ୍ତ୍ରଣା ଲାଗି ରହିଥିବାରୁ ଦୈନନ୍ଦିନ ଜୀବନଶୈଳୀ ପ୍ରଭାବିତ ହୋଇଥାଏ । ମୁଣ୍ଡ ବିନ୍ଧା ସହ ଚିଡଚିଡା ଅନୁଭବ ହୋଇଥାଏ।

ଲକ୍ଷେ ଟଙ୍କା ଟପିବ ସୁନା ଦାମ୍‌!

ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ଶରୀରର ଉପର ଅଂଶ ଅଧିକ ଉଚ୍ଚରେ ରହିଥାଏ । ଏହାର କୁପ୍ରଭାବ ପାଚନ ଉପରେ ପଡିଥାଏ । ଖାଦ୍ୟ ଭଲ ଭାବେ ହଜମ ହୋଇପାରିନଥାଏ । ପେଟ ସହ ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷ କରି ରାତି ଖାଦ୍ୟ ସେବନ କରି ଶୋଇବା ପରେ ଏହି ସମସ୍ୟା ଅଧିକ ହୋଇଥାଏ।

ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ ହୋଇଥାଏ।
ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ।

ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ। ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ। ଅଳ୍ପ ଦିନରେ ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ।

ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌; ଏତିକି ଟଙ୍କାରେ ମିଳିବ ଏସବୁ ସୁବିଧା..

ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ଶରୀର ସଠିକ୍‌ ଭାବେ ରହିନଥାଏ । ଏହାର ପ୍ରଭାବ ନିଦରେ ପଡିଥାଏ । ବାରମ୍ବାର ନିଦ ଭାଙ୍ଗିଥାଏ । ଉତ୍ତମ ନିଦ ହୋଇନଥାଏ । ଭଲ ନିଦ ହେବା ପାଇଁ ସଠିକ୍‌ ଶୈଳୀ ଓ ତକିଆ ନିତାନ୍ତ ଜରୁରୀ।

ଦେଖନ୍ତୁ ଭିଡିଓ ; ହାତୀ ସାମ୍ନାରେ ଯାଉଥିଲେ, ଓଲଟିଗଲା ଅଟୋ, ଦୌଡିଲେ ଲୋକେ..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories