www.samajalive.in
Monday, December 15, 2025
26.1 C
Bhubaneswar

ମିଲ୍‌ ଚାହିଁଲେ ନେଇପାରିବେ ଅର୍ପଣ ଚାଉଳ: ଜିଲାପାଳ

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ଜନସାଧାରଣଙ୍କଠାରୁ ଯେଉଁ ଚାଉଳ ଦାନ ଆକାରରେ ସଂଗ୍ରହ କରାଯାଇଥିଲା ତାହାର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏସବୁ ଚାଉଳକୁ ମିଲକୁ ଦେବାକୁ ଯୋଜନା କରିଛି ଜିଲା ପ୍ରଶାସନ। କୌଣସି ମିଲ୍‌ ଚାହିଁଲେ ଅର୍ପଣ ଚାଉଳକୁ ନେଇପାରିବେ ବୋଲି କହିଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ଅର୍ପଣ ଚାଉଳ ସମ୍ପର୍କରେ ଜିଳାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ମିଲର୍ସ ଚାହିଁଲେ ଅର୍ପଣ ଚାଉଳ ନେଇପାରିବେ। ଏ ବାବଦରେ ଯେଉଁ ଟଙ୍କା ଆସିବ ତାହା ଶ୍ରୀମନ୍ଦିର ଆକାଉଣ୍ଟରେ ଜମା ହେବ। ସେହିପରି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ହବିଷ୍ୟାଳିଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ଅଢ଼େଇ ହଜାର ମହିଳା ଆବେଦନ କରିପାରିବେ ବୋଲି ସେ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories