www.samajalive.in
Monday, December 8, 2025
13.1 C
Bhubaneswar

‘ମୁଁ ବିବାହ କରିବାକୁ ଚାହୁଁଛି’ କିନ୍ତୁ ପ୍ରଥମେ . . .

ସମାଜ ଡିଜିଟାଲ ଡେସ୍କ: ବଲିଉଡର ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱାତ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ବିବାହ କରିବା ନେଇ ଖୁଲାସା କରିଛନ୍ତି। ୩୮ବର୍ଷୀୟା କଙ୍ଗନାଙ୍କୁ କେବେ ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା ତାହାର ଉତ୍ତରରେ ସେ କହିଛନ୍ତି ‘ମୁଁ ବିବାହ କରିବାକୁ ଚାହୁଁଛି’। ସାଂସଦ କାର୍ଯ୍ୟକାଳ ଭିତରେ ବିବାହ କରିବେ କି ବୋଲି ପ୍ରଶ୍ନରେ କଙ୍ଗନା ହସି ହସି କହିଛନ୍ତି ‘ମୁଁ ବି ସେୟା ଆଶା କରୁଛି’। ହେଲେ ପ୍ରଥମେ ମୋ ଫିଲ୍ମକୁ ରିଲିଜ ତ କରାନ୍ତୁ, ତାହା ପରେ ମୋର ପରବର୍ତ୍ତି ଯୋଜନା ସମ୍ପର୍କରେ କହିବି। ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଚିରାଗ ପାଶୱାନଙ୍କ ସହ ଭାଇରାଲ ହେଉଥିବା ତାଙ୍କ ଫଟୋକୁ ଦେଖାଇ ପଚରା ଯାଇଥିବା ପ୍ରଶ୍ନରେ କଙ୍ଗନା କହିଛନ୍ତି ସେ ମୋର ସହ-କଳାକାର। ଆମ ଦୁହିଁଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା ହେଉଛି, ହେଲେ ସେଭଳି କିଛି ନାହିଁ। ଆମେ କେବଳ ଭଲ ବନ୍ଧୁ। ଉଭୟ ମିଶି ଫିଲ୍ମରେ ଅଭିନୟ କରିଛୁ। ଚିରାଗଙ୍କୁ ପ୍ରଶଂସା କରିବା ସହ ସେ ଜଣେ ନମ୍ର ବ୍ୟକ୍ତିତ୍ୱ ବୋଲି କଙ୍ଗନା କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories