www.samajalive.in
Saturday, December 6, 2025
14.1 C
Bhubaneswar

‘ମୁଁ ବିବାହ କରିବାକୁ ଚାହୁଁଛି’ କିନ୍ତୁ ପ୍ରଥମେ . . .

ସମାଜ ଡିଜିଟାଲ ଡେସ୍କ: ବଲିଉଡର ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱାତ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ବିବାହ କରିବା ନେଇ ଖୁଲାସା କରିଛନ୍ତି। ୩୮ବର୍ଷୀୟା କଙ୍ଗନାଙ୍କୁ କେବେ ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା ତାହାର ଉତ୍ତରରେ ସେ କହିଛନ୍ତି ‘ମୁଁ ବିବାହ କରିବାକୁ ଚାହୁଁଛି’। ସାଂସଦ କାର୍ଯ୍ୟକାଳ ଭିତରେ ବିବାହ କରିବେ କି ବୋଲି ପ୍ରଶ୍ନରେ କଙ୍ଗନା ହସି ହସି କହିଛନ୍ତି ‘ମୁଁ ବି ସେୟା ଆଶା କରୁଛି’। ହେଲେ ପ୍ରଥମେ ମୋ ଫିଲ୍ମକୁ ରିଲିଜ ତ କରାନ୍ତୁ, ତାହା ପରେ ମୋର ପରବର୍ତ୍ତି ଯୋଜନା ସମ୍ପର୍କରେ କହିବି। ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଚିରାଗ ପାଶୱାନଙ୍କ ସହ ଭାଇରାଲ ହେଉଥିବା ତାଙ୍କ ଫଟୋକୁ ଦେଖାଇ ପଚରା ଯାଇଥିବା ପ୍ରଶ୍ନରେ କଙ୍ଗନା କହିଛନ୍ତି ସେ ମୋର ସହ-କଳାକାର। ଆମ ଦୁହିଁଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା ହେଉଛି, ହେଲେ ସେଭଳି କିଛି ନାହିଁ। ଆମେ କେବଳ ଭଲ ବନ୍ଧୁ। ଉଭୟ ମିଶି ଫିଲ୍ମରେ ଅଭିନୟ କରିଛୁ। ଚିରାଗଙ୍କୁ ପ୍ରଶଂସା କରିବା ସହ ସେ ଜଣେ ନମ୍ର ବ୍ୟକ୍ତିତ୍ୱ ବୋଲି କଙ୍ଗନା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories