www.samajalive.in
Saturday, December 6, 2025
15.1 C
Bhubaneswar

ଜନତା ମଇଦାନରେ ମୋଦୀଙ୍କ ଅଭିଭାଷଣ; ମୋଦୀ ଗ୍ୟାରେଣ୍ଟି ପୂରଣ ହୋଇଛି, ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର

ସମାଜ ଡିଜିଟାଲ ଡେସ୍କ: ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଥରେ ଓଡ଼ିଶା ଆସି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁଙ୍କ କୃପାରୁ ମାଆ ସୁଭଦ୍ରାଙ୍କ ନାଁରେ ଯୋଜନା ଆରମ୍ଭ ହୋଇଛି। ଆଜି ଦେଶର ୩୦ଲକ୍ଷରୁ ଅଧିକ ପରିବାରକୁ ଜଗନ୍ନାଥଙ୍କ ମାଟିରୁ ପକ୍କା ଘର ଦିଆଯାଇଛି। ସେଥିରୁ ୨୬ଲକ୍ଷ ଘର ଆମ ଦେଶର ଗାଁ ଏବଂ ୪ଲକ୍ଷ ଘର ଅଲଗା ଅଲଗା ସହରକୁ ଯୋଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ ଓଡ଼ିଶାରେ ମଧ୍ୟ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହୋଇଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହୋଇଥିବାରୁ ବିକାଶ କାର୍ଯ୍ୟ ଅଗ୍ରଗତି ହୋଇଛି। ଓଡ଼ିଶା ବିକାଶର ନୂଆ ଦିଗ ଛୁଇଁବାକୁ ଯାଉଛି। ଯେଉଁ ସ୍ୱପ୍ନ ଏଠାକାର ଗରିବ, ଦଳିତ ଓ ଆଦିବାସୀ ଦେଖିଛନ୍ତି ସେ ସବୁ ପୂରଣ ହେବ। ଏହାର ମୋର ବିଶ୍ୱାସ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ। ସରକାର ଗଠନ ବେଳେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରୁଛୁ। ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି ବୋଲି କହିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ଏହି ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ ବୋଲି ମୋଦୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories