www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ

ମେଷ: ଉପୁଜି ଥିବା ସମସ୍ୟାର ସମାଧାନ କରି କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅକ୍ଷୁଣ୍ଣ ରହିବ।

ବୃଷ: ହଜିଲା ଦ୍ରବ୍ୟ ଖୋଜିଲେ ପାଇବେ। ପରମ ଭାଗ୍ୟାଶଳୀ ହୋଇପାରନ୍ତି। ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀ ବିଳାସୀ ମିତ୍ର ସୁଖ ପାଇବେ।

- Advertisement -

ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟମୁଖୀ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତ ହେବ।

କର୍କଟ: ଆମୋଦ-ପ୍ରମୋଦ ପାଇଁ ଆକର୍ଷିତ ହୋଇପାରନ୍ତି। ଏଥିପାଇଁ ଖର୍ଚ୍ଚାନ୍ତ ହେବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ସ୍ନେହଶୀଳ ଭାଷାରେ ବାଧାବିଘ୍ନକୁ ଆଡ଼େଇ ଆଗକୁ ବଢ଼ିବା ଆଶାକରାଯାଏ।

ସିଂହ: ଯାତ୍ରାଦିରେ ବନ୍ଧୁଙ୍କ ସହିତ ସମ୍ମିଳିତ ହୋଇପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପାନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଧନଲାଭ ଓ ସମ୍ମାନିତ ହେବେ।

କନ୍ୟା: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଘାତଚନ୍ଦ୍ରଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭରେ ଚାଲିବ।

ତୁଳା: ମଉଜ ମଜଲିସ୍‍ କରି, ଅର୍ଥ କଷ୍ଟ ଅନୁଭବ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ବିଦ୍ୱାନ୍‍ ଓ ସାହସୀ ହେବେ।

ବିଛା: ଲାଗି ରହିଥିବା ଚିନ୍ତା ଦୂରୀଭୂତ ହୋଇପାରେ। ମାତ୍ର ସୁଖଭୋଗ କରିବା ସମ୍ଭବପର ନୁହେଁ। ଈର୍ଷା ପରିତ୍ୟାଗ କଲେ ଲୋକ ସଂପର୍କ ବୃଦ୍ଧି ପାଇବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସର୍ଦି ତଥା କଫ ରୋଗରେ ପୀଡ଼ିତ ହୋଇପାରନ୍ତି।

ଧନୁ: ବ୍ୟବସାୟରେ ଲାଭ-କ୍ଷତି ସମାନ୍ତରାଳ ଗତିଦେଇ ଚାଲିବ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

ମକର: ବଦଖର୍ଚ୍ଚରୁ ବିରତ ନ ହେଲେ ପରିଣାମ ଭୟାବହ ହେବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

କୁମ୍ଭ: ଅଯଥାରେ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ତନ୍ତ୍ର, ମନ୍ତ୍ରାଦି ଗୁପ୍ତବିଦ୍ୟାପ୍ରତି ଆଗ୍ରହୀ ହେବେ। ତେଜସ୍ୱୀ ହେବେ।

ମୀନ: ମନ ବ୍ୟାକୁଳିତ ହୋଇପାରେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories