www.samajalive.in
Monday, December 8, 2025
14.1 C
Bhubaneswar

ମୋବାଇଲ୍‌ରୁ ନିର୍ଗତ କ୍ଷତିକାରକ ବିକିରଣ ରୋକିବ ଗାଈ ଗୋବରରୁ ନିର୍ମିତ ଚିପ୍‌ : କାମଧେନୁ ଆୟୋଗ

ନୂଆଦିଲ୍ଲୀ : ମୋବାଇଲ୍‌ରୁ ବହାରୁଥିବା କ୍ଷତିକାରକ ବିକିରଣ ରୋକିବାରେ ଗାଈ ଗୋବରରୁ ନିର୍ମିତ ଚିପ୍‌ ସକ୍ଷମ । ଏନେଇ ଜାତୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କଥିରିଆ ଦାବି କରିଛନ୍ତି । ସେ କହିଛନ୍ତି ଯେ ମୋବାଇଲ୍‌ ଫୋନରୁ ନିର୍ଗତ କ୍ଷତିକାରକ ବିକିରଣ ଯାହା ମଣିଷ ପାଇଁ ବପଦଜ୍ଜନକ ତାହାକୁ ରୋକିବାରେ ଗାଈ ଗୋବରରୁ ନିର୍ମିତ ଏକ ସ୍ବତନ୍ତ୍ର ଚିପ୍‌ ସକ୍ଷମ ।

ସୋମବାର ‘କାମଧେନୁ ଦୀପାବଳି ଅଭିଯାନ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜାତୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କଥିରିଆ ଗାଈ ଗୋବରରୁ ନିର୍ମିତ ଏକ ଚିପ୍‌ର ଉନ୍ମୋଚନ କରିଥିଲେ ଏବଂ ଏହା ମୋବାଇଲ୍ ହ୍ୟାଣ୍ଡସେଟରୁ ବାହାରୁଥିବା ବିକିରଣକୁ ଯଥେଷ୍ଟ ହ୍ରାସ କରୁଥିବା ସେ ଦାବି କରିଥିଲେ । କଥିରିଆ କହିଛନ୍ତି ଏହା ଏକ ବିକିରଣ ନିରୋଧୀ ଚିପ୍ । ଆପଣ ଏହାକୁ ମୋବାଇଲରେ ରଖିପାରିବେ । ଆମେ ଦେଖିଛୁ ଯେ ଯଦି ଆପଣ ଏହି ଚିପକୁ ମୋବାଇଲରେ ରଖନ୍ତି, ତେବେ ଏହା ଆପଣଙ୍କ ମୋବାଇଲରୁ ନିର୍ଗତ କ୍ଷତିକାରକ ବିକିରଣକୁ ଯଥେଷ୍ଟ କମ କରିଥାଏ । ଯଦି ଆପଣ କ୍ଷତିକାରକ ବିକରଣ ଯୋଗୁଁ ହେଉଥିବା ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହି ଚିପ୍ ର ନାମ ‘ଗୋବର କବଚ’ ରଖାଯାଇଛି । ଗୁଜରାଟ ରାଜକୋଟରେ ସ୍ଥିତ ଶ୍ରୀଜି ଗୋଶାଳା   ଦ୍ବାରା ଏହି ‘ଗୋବର କବଚ’ ନିର୍ମିତ କରାଯାଇଛି ।

- Advertisement -

କଥିରିଆ କହିଛନ୍ତି ୫୦୦ରୁ ଅଧିକ ଗୋଶାଳା ଏହି ପ୍ରକାର ଆଣ୍ଟି-ରେଡିଏସନ ଚିପ୍ ତିଆରି କରୁଛନ୍ତି। ଗୋଟିଏ ଚିପର ମୂଲ୍ୟ ୫୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଉପଲବ୍ଧ । ଜଣେ ବ୍ୟକ୍ତି ଏହି ଚିପ୍ସକୁ ଆମେରିକାରେ ରପ୍ତାନି କରୁଛନ୍ତି, ଯେଉଁଠାରେ ସେ ଏହାକୁ ଚିପ ପିଛା ୧୦ ଡଲାର ମୂଲ୍ୟରେ ବିକ୍ରି କରୁଛନ୍ତି ବୋଲି ସେ କହିଛନ୍ତି ।

କଥିରିଆ ଆହୁରୀ ମଧ୍ୟ କହିଛନ୍ତି ଯେ, ଆପଣ ନିଶ୍ଚୟ କିଛି ଦିନ ପୂର୍ବରୁ ଶୁଣିଥିବେ ଯେ ଅଭିନେତା ଅକ୍ଷୟ କୁମାର .ଗାଈ ଗୋବର ଖାଇଥାନ୍ତି । ଆପଣ ଏହାକୁ ଖାଇପାରିବେ । ଏହା ଏକ ଔଷଧ । କିନ୍ତୁ ଆମେ ଆମର ବିଜ୍ଞାନକୁ ଭୁଲି ଯାଇଛୁ। ସେ କହିଛନ୍ତି, ବର୍ତ୍ତମାନ ଆମେ ଏକ ଅନୁସନ୍ଧାନ ପ୍ରକଳ୍ପ ଆରମ୍ଭ କରିଛୁ। ଯେଉଁଥିରେ ଆମେ ଏହି ବିଷୟଗୁଡିକ ଉପରେ ଅନୁସନ୍ଧାନ କରିବୁ ଯାହାକୁ ଆମ ପୂର୍ବଜମାନେ ବ୍ୟବହାର କରୁଥିଲେ କିନ୍ତୁ ଆମେ ଏହାକୁ ପୁରାଣ ବୋଲି ବିବେଚନା କରୁଛୁ ।

ସୂଚନାଯୋଗ୍ୟ ଜାତୀୟ କାମଧେନୁ ଆୟୋଗ ୬ ଫେବୃଆରୀ ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା । ଏହା ବର୍ତ୍ତମାନ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଛି । ଏହାର ଉଦ୍ଦେଶ୍ୟ ଗାଈଙ୍କ ସଂରକ୍ଷଣ ଓ ବିକାଶ । କେନ୍ଦ୍ର ବଜେଟ୍ ୨୦୧୯-୨୦ରେ ଏହାର ଘୋଷଣା କରାଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories