www.samajalive.in
Wednesday, December 10, 2025
15.1 C
Bhubaneswar

ଗର୍ଭବତୀଙ୍କୁ ବଳାତ୍କାର ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଜିଲା ଶିଙ୍ଗାଖୁଣ୍ଟା ଅଞ୍ଚଳରେ ବୁଧବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜଣେ ୭ ମାସର ଗର୍ଭବତୀ ଦୁଇ ନଣନ୍ଦଙ୍କୁ ଧରି ଘରେ ଶୋଇଥିଲେ। ଶାଶୁ ଓ ଶ୍ବଶୁର ବାହାରକୁ ଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ୨୨ ବର୍ଷିୟ ଯୁବକ କମ୍ପାଉଣ୍ଡର ନାୟକ ଗର୍ଭବତୀ ମହିଳାଙ୍କୁ ଘରୁ ଉଠାଇନେଇ ଦୁର୍ଷ୍କମ କରିବା ସହିତ ମାଡ଼ ମାରିଥିଲା। ରାତିରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରିବାକୁ ଯିବାରୁ ଅଭିଯୁକ୍ତ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। ଭୟରେ ପୀଡ଼ିତାଙ୍କ ପରିବାର ଲୋକେ ଫେରି ଆସି ପରେ ଗ୍ରାମବାସୀଙ୍କ ସହାୟତାରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories