କେରଳ : ୪ ପାଦ୍ରିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

0

କୋଟ୍ଟାୟାମ : କେରଳର କୋଟ୍ଟାୟମ ସହରରେ ପୁଲିସ୍‍ ୪ ପାଦ୍ରିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ଅର୍ଥୋଡକ୍ସ ସିରିଆନ ଚର୍ଚ୍ଚ ମଧ୍ୟରେ ଜଣେ ମହିଳାଙ୍କୁ ୪ ଜଣ ପାଦ୍ରି ବଳାତ୍କାର କରିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କୁ ପାଦ୍ରିମାନେ ବ୍ଲାକ୍‍ମେଲ କରିଥିଲେ। ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ପରେ ଅର୍ଥୋଡକ୍ସ ସିରିଆନ ଚର୍ଚ୍ଚ କର୍ତ୍ତୃପକ୍ଷ ୫ ପାଦ୍ରିଙ୍କୁ ଚର୍ଚ୍ଚ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ମହିଳାଙ୍କ ସ୍ୱାମୀ ରବିବାର ଅଭିଯୋଗ କରିଛନ୍ତି ଯେ ଇଶ୍ୱରଙ୍କ ପାଖକୁ ପାପ ସ୍ୱୀକାର କରିବା ପାଇଁ ଆସିଥିବା ତାଙ୍କ ପତ୍ନୀଙ୍କ ସହ ପାଦ୍ରିମାନେ ଯୌନ ଶୋଷଣ କରିଛନ୍ତି। ଚର୍ଚ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଚର୍ଚ୍ଚ ତଦନ୍ତ କମିଟି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଚର୍ଚ୍ଚର ମୁଖପାତ୍ର ସୂଚନା ଦେଇଛନ୍ତି। କୋଟ୍ଟାୟାମବାସୀ ପାଦ୍ରିମାନଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଏନେଇ ମହିଳା ଜଣକ ୭ ମଇରେ ଅଭିଯୋଗ କରିଥିଲେ ବି ଚର୍ଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ। ଫଳରେ ବାଧ୍ୟ ହୋଇ ସେ ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି। ପାଦ୍ରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ପୀଡ଼ିତାଙ୍କ ସ୍ୱାମୀ କହିଛନ୍ତି।

kalyan agarbati
Leave A Reply